ଓକିଲ ସଂଘର ଶପଥ ପାଠ 

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ନବନିର୍ବାଚିତ ଓକିଲ ସଂଘର ଶପଥ ପାଠ ଉତ୍ସବ ସଂଘ କାର୍ଯ୍ୟାଳୟରେ ସଂଘର ସଭାପତି ଆଇନୀଜୀବୀ ତପନ କୁମାର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ନବନିର୍ବାଚିତ ସଭାପତି ଭାବେ ଅଇନଜୀବୀ ସୂର୍ଯ୍ୟ ରଞ୍ଜନ ରାଉଳ, ଉପସଭାପତି ସୁରେଶ କୁମାର ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ଯୁଗ୍ମ ସମ୍ପାଦକ ମନୋଜ କୁମାର ନାୟକ, କୋଷାଧ୍ୟକ ପ୍ରମୋଦ କୁମାର ବିଶ୍ୱାଳ, ପାଠାଗାର ସମ୍ପାଦକ ପ୍ରକାଶ କୁମାର ପାତ୍ରଙ୍କୁ ପଦ ଓ ଗୋପନୀତାର ଶପଥପାଠ ନିର୍ବାଚନ ଅଧିକାରୀ ଆଇନୀଜୀବୀ ଭୀମସେନ ପ୍ରଧାନ କରାଇଥିଲେ । ଏହି ଉତ୍ସବରେ ରାଜ୍ୟ ଅଇନଜୀବୀ ପରିଷଦର ସଦସ୍ୟ ଗିରିଜା ଶଙ୍କର ମିଶ୍ର ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ, ବିଦ୍ୟାଧର ପୃଷ୍ଟି, ସବଜଜ୍, ସୁଶ୍ରୀ ସଂଗୀତା ମଲିକ, ବିଦୁ୍ୟତଲତା ପ୍ରଧାନ, ଜେମ୍ଫସି ଦି.କେ ବାଳକୃଷ୍ଣ ଜେମଫସି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ଜିଲ୍ଲା ଓକିଲ ସଂଘର ଉପସଭାପତି ହାଡିବନ୍ଧୁ ସିଂ, ଆଳି ଓକିଲ ସଂଘର ସଭାପତି ବସନ୍ତ ନାୟକ, ଆନନ୍ଦପୁର ଓକିଲ ସଂଘର ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଅତିଥି ପରିଚୟ କରାଇଥିଲେ ସୁରେଶ କୁମାର ନରେନ୍ଦ୍ର । ଗୋପୀନାଥ ତ୍ରିପାଠୀ ବକ୍ତବ୍ୟ ମଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ । ଓକିଲ ସଂଘର ଆଇନୀଜୀବୀ ପ୍ରଫୁଲ୍ଲ ଦାଶ, ଶରତ ମଲିକ, ଅଲେଖ ବଳ, ଚିତ୍ତ ରଞ୍ଜନ ଦାଶ, ଅଶ୍ୱିନୀ ବେହେରା, ପ୍ରତାପ ପୃଷ୍ଟି, ଧୀରେନ୍ଦ୍ର ସାହୁ, ଗୟାଚାନ୍ଦ ପରିଡା, ବିଚିତ୍ର ସାହୁ, ପ୍ରବିର ପାତ୍ର, ସୁଂଧାଂଶୁ ସାହୁ, ସଂଜୀବ କର, ମୃତୁ୍ୟଞ୍ଜୟ ରାଉତ, ଗୁରୁଚରଣ ସନ୍ଧ, ମୁର୍ତ୍ତୁଞ୍ଜୟ ତ୍ରିପାଠୀ, ଜୟପ୍ରକାଶ ରାଉତ, ଗୀତାଞ୍ଜଳି ପୁଷ୍ଟି, କଳ୍ପତରୁ ମହାପାତ୍ର, ଶୈଳବାଳା ମଲିକ, ଦାମେଦୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମନୋଜ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।