୯ ବର୍ଷ ପରେ ଦିବ୍ୟାଙ୍ଗ ପାଇଲେ ନ୍ୟାୟ
ନୀଳଗିରି : ଦୀର୍ଘ ୯ବର୍ଷର ସଂଘର୍ଷ ପରେ ନ୍ୟାୟ ପାଇଲେ ଦିବ୍ୟାଙ୍ଗ ପଥରଶିଳ୍ପୀ ବିମଳ ଦଳେଇ । ସୂଚନା ଅନୁଯାୟୀ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନସ୍ଥ ଜୁରିଆ ପାଟଣା ଗ୍ରାମର ଦିବ୍ୟାଙ୍ଗ ପଥରଶିଳ୍ପୀ ବିମଳ କୁମାର ଦଳେଇ ନ୍ୟାୟପାଇଁ ଦୀର୍ଘ ୯ ବର୍ଷର ସଂଘର୍ଷମୟ ଜୀବନ ବିତେଇବା ପରେ ଶେଷରେ ତାଙ୍କୁ ନ୍ୟାୟମିଳିଛି । ୨୦୦୮ମସିହାରେ ଔପଦା ବ୍ଲକ ପଥରମୂର୍ତ୍ତି ଠିକାଦାର ବଉଳଗଡିଆ ଗ୍ରାମର କଣ୍ଡୁରୀ ଧାଉଁଡିଆଙ୍କର ପୁଅ ଗୟାଧର (ବାବୁ ଧାଉଁଡିଆ) ନୀଳଗିରି ସମେତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଯୁବକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ରାଜ୍ୟ ବାହାରେ ଦାଦନଶ୍ରମିକ ରୂପେ ଖଟାଉଥିଲେ । ତେଣୁ ବିମଳ ତାର ପ୍ରଲୋଭନରେ ଶିକାର ହୋଇ ଗୁଜୁରାଟରେ ପଥରଶିଳ୍ପୀ ଭାବରେ ଏକ ମନ୍ଦିରରେ ଭାରା ଉପରେ କାମକରିବା ସମୟରେ ଭାରା ଛିଡିଯିବାରୁ ମନ୍ଦିର ଉପରୁ ତଳକୁଖସି ପଡ଼ିଥିଲେ । ଫଳରେ ସ୍ପାଇନାଲ ଇଞ୍ଜୁରୀ କ୍ୟୁ୍ୱାଡରୀ ପେଜିଆ ଭଳି ମାରାତ୍ମକ ରୋଗରେ ଶିକାର ହୋଇଥିଲେ । ମାତ୍ର ଠିକାଦାର ଜଣଙ୍କ ତାଙ୍କୁ ଚିକିସôା କରେଇବାପାଇଁ ଟଙ୍କା ଦେଇନଥିଲେ କିମ୍ବା ଧରାଛୁଆଁ ଦେଇନଥିଲେ । ଏପରିକି ବିମଳଙ୍କ ପାରିଶ୍ରମିକ ମଜୁରୀ ଟଙ୍କା ମଧ୍ୟ ଦେଇନଥିଲେ । ସଂପୃକ୍ତ ଠିକାଦାର ଜଣକ ଓଡ଼ିଶାରୁ ନେଇଥିବା ଶ୍ରମିକମାନଙ୍କ ପାରିଶ୍ରମିକ ନଦେଇ ଆତ୍ମସାତ କରୁଥିଲା । ବିମଳଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅ ଚିକସôାପାଇଁ ଜମିବାଡ଼ି ବିକ୍ରିକରି ସାରିଲା ପରେ ଅର୍ଥ ନିଅଣ୍ଟ ପଡିଥିଲା । ଫଳରେ ବିମଳର ଚିକିସôା ଅଭାବ କାରଣରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇ ଯାଇଥିଲେ । ପରେ ବିମଳ ଦିବ୍ୟାଙ୍ଗର ପରିଚୟ ନେଇ ୨୦୧୬ ମସିହାରେ ବାଲେଶ୍ୱର ଶ୍ରମ କୋର୍ଟରେ ଆଶ୍ରୟ ନେଇଥିଲେ । ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶପରେ ଓପିଡ଼ିଆର ଆକ୍ଟ୧୯୬୨ ଧାରା ଅନୁଯାଇ ନୀଳଗିରି ଉପଜିଲ୍ଲାପାଳଙ୍କ ଦ୍ୱାରା ଠିକାଦାରକୁ ଟଙ୍କା ଜମାକରିବା ପାଇଁ ସମୟ ଦେଇଥିଲେ । ଠିକାଦାର ଜଣକ ମୋଟ ୫ଲକ୍ଷ ୩୩ହଜାର ୫ଶହଟଙ୍କାରୁ ୫୦% ଟଙ୍କା ଅର୍ଥାତ ୨ଲକ୍ଷ ୬୬ହଜାର ୭୫୦ଟଙ୍କା ଡିପୋଜିଟ କରି ଜିଲ୍ଲା ଏଡିଏମ କୋର୍ଟରେ ଆଶ୍ରୟନେଇ କେଶ ଲୁଚିଥିଲେ । ମାତ୍ର ଏଡିଏମ କୋର୍ଟରେ ଆବଶ୍ୟକୀୟ ତଥ୍ୟ ଦେଇପାରିନଥିଲେ । ଫଳରେ କେସଟି ଡ଼ିସିମିସ ହୋଇଥିଲା । ତେବେ ପୂର୍ବରୁ ଡିପୋଜିଟ କରିଥିବା ୫୦% ଅର୍ଥକୁ ନୀଳଗିରି ଉପଜିଲ୍ଲାପାଳ ଜିଲ୍ଲା ଶ୍ରମଅଦାଲତକୁ ପଠାଇ ଦେଇଥିଲେ । ଗତ ସୁକ୍ରବାର ଜିଲ୍ଲା ଶ୍ରମ କମିଶନର ସନ୍ତୋଷ କୁମାର ମହାନ୍ତି, ଏଷ୍ଟାବ୍ଲିସମେଣ୍ଟ ଅଫିସର ସୁପ୍ରଭା ଟୁଡୁ, ଆଡ଼ଭୋକେଟ ନରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ଉପସ୍ଥିତରେ ଜିଲ୍ଲାଶ୍ରମ ଅଦାଲତ ପକ୍ଷରୁ ଦିବ୍ୟାଙ୍ଗ ବିମଳଙ୍କୁ ଉକ୍ତ ଅର୍ଥ ଜିଲ୍ଲାଶ୍ରମ କମିଶନର ସନ୍ତୋଷ କୁମାର ମହାନ୍ତି ଏକ ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି । ଅବଶିଷ୍ଟ ୫୦ ଅର୍ଥ ଠିକାଦାରଜଣଙ୍କ ଡିପୋଜିଟ କରୁନଥିବା ଯୋଗୁଁ ନୀଳଗିରି ଉପଜିଲ୍ଲାପାଳ ଆଇନଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।