୯ ବର୍ଷ ପରେ ବି ପ୍ରକଳ୍ପର ଅଗ୍ରଗତି ହେଉନି

 ନବରଙ୍ଗପୁର : ନବରଙ୍ଗପୁର-ମାଲକାନଗିରି ରେଳ ସଂଯୋଗ କେବେ ଲୋକସଭା ଆସନରେ ସାଂସଦ ଭାବେ ଇଂ. ବଳଭଦ୍ର ମାଝୀ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହେବା ପରେ ତକ୍ରାଳୀନ ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ସହଯୋଗରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗ ପ୍ରୟାସ ଆରମ୍ଭ କରିଥିଲେ । ତକ୍ରାଳୀନ ବିଜେଡି ସରକାର ଏଥିପାଇଁ ମାଗଣା ଜମି ସହ ପ୍ରକଳ୍ପ ଖର୍ଚ୍ଚ ବାବଦକୁ ଅନୁଦାନ ଦେବା ପାଇଁ ରେଳ ବିଭାଗ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଇଞ୍ଚେ ଜମି ଅଧଗ୍ରହଣ ହୋଇପାରିଲା ନାହିଁ । ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀ ମାଝୀ ବିଜେଡି ଛାଡି ବିଜେପିରେ ଯୋଗଦାନ କରିବା ପରେ ୨୦୨୪ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କଲେ । ଦ୍ୱିତୀୟ ଥର ସାଂସଦ ଭାବେ ଇଂ. ବଳଭଦ୍ର ମାଝୀ ନିର୍ବାଚିତ ହେବା ପରେ ଜାତୀୟ ମାନଚିତ୍ରରେ ସବୁଠାରୁ ପଛରେ ପଡିଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଏକ ଆହ୍ୱାନ ସହ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । ପୂର୍ବତନ ରାଜ୍ୟ ସରକାର ଗତ ୨୦୧୬ ମସିହାରୁ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳପଥ ସଂଯୋଗ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ସର୍ତ୍ତ ଅନୁଯାୟୀ ନବରଙ୍ଗପୁର ରେଳପଥ ପାଇଁ ବିନାମୂଲ୍ୟରେ ଜମି ସହ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଓ ମାଲକାନଗିରି ପ୍ରକଳ୍ପ ପାଇଁ ବିନାମୂଲ୍ୟରେ ଜମି ସହ ପ୍ରକଳ୍ପ ଖର୍ଚ୍ଚର ୨୫ ପ୍ରତିଶତ ଅର୍ଥ ଯୋଗାଇ ଦେବାକୁ ଥିବାବେଳେ, ଦୀର୍ଘ ୯ ବର୍ଷ ପରେ ମଧ୍ୟ ଜମି ଅଧଗ୍ରହଣ କରିପାରିଲେ ନାହିଁ । କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟରେ ଏହି ୨ ଜିଲ୍ଲାର ପ୍ରକଳ୍ପ ପାଇଁ ଅର୍ଥ ବ୍ୟବସ୍ଥା କରୁଥିଲେ ମଧ୍ୟ ରାଜ୍ୟ ବଜେଟରେ ଆଦୌ ଅର୍ଥର ବ୍ୟବସ୍ଥା ହୋଇପାରିନାହିଁ  । ରାଜ୍ୟରେ ବିଜେପି ସରକାର ଆସିଲେ ଏହି ପ୍ରକଳ୍ପ ନିମନ୍ତେ ଜମି ଅଗ୍ରହଣ ସମେତ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ନବରଙ୍ଗପୁର ଠାରୁ ଜୁନାଗଡ଼ ଓ ମାଲକାନଗିରି ଠାରୁ ଭଦ୍ରାଚଳମ ପ୍ରାୟ ୪୨୦ କିମି ରକାର କ୍ଷମତାକୁ ଆସିଲେ ନବରଙ୍ଗପୁର ଜିଲ୍ଲାରେ ମେଡିକାଲ କଲେଜ ସହ ଡିଗ୍ରୀ ଇଞ୍ଜିନିୟରିଂ କଲେଜ ଓ ପ୍ରତି ବ୍ଲକରେ ସରକାରୀ କଲେଜ ପ୍ରତିଷ୍ଠା କାରାଯିବ ବୋଲି ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଥିଲେ । ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚାଷଜମିକୁ ଜଳସେଚନ ପ୍ରକଳ୍ପ ନିମନ୍ତେ ଗତ ୧୦ ବର୍ଷ ତଳେ ତକôାଳୀନ ମୁଖ୍ୟମନ୍ତ୍ରୀ ଭିଭିପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ  । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଅନ୍ୟପକ୍ଷରେ ପ୍ରତିଶୃତି ଦେଇଥିବା ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପନ୍ନ କରିବାକୁ ବଦ୍ଧ ପରିକର ସାଂସଦ ଶ୍ରୀ ମାଝୀ ପ୍ରଚେଷ୍ଟା ଜାରି ରଖୁଛନ୍ତି  । ତେବେ କେବେ ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗ ହେଉଛି ତାହା ଦେଖିବାକୁ ବାକି ରହିଲା ।