୯୦ ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ
କେନ୍ଦୁଝର : ମଦ ପିଇ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଏହାକୁ ରୋକିବା ପାଇଁ ଓଏମ୍ଭିଡି ଏବଂ ପୋଲିସ ପକ୍ଷରୁ ଯୁଗ୍ମ ଭାବେ ଯାଞ୍ଚ କରାଯାଉଛି । ଚଳିତ ମାସ ୧୩ ତାରିଖରୁ ୨୧ ତାରିଖ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୯୦ ଜଣ ମଦୁଆ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ କରାଯାଇଛି । କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ମଦୁଆ ଚାଳକଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ଜାତୀୟ ରାଜପଥରେ କଡାକଡି ଯାଞ୍ଚ କରାଯାଉଛି । ମଦ ପିଇ ଗାଡି ଚଲାଇବା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଆଞ୍ଚଳିକ ପରିବହନ ଅଧିକାରୀ ଇଂ ମାନସ ରଞ୍ଜନ ସାହୁଙ୍କ ନିଦେ୍ର୍ଦଶକ୍ରମେ ଏହି ସ୍ପତନ୍ତ୍ର ଟାସ୍କଫୋର୍ସ ଖିରେଇଟାଙ୍କିରୀ ଟୋଲ ପ୍ଲାଜା, ଢେଙ୍କିକୋଟ ଟୋଲ ପ୍ଲାଜା, ବନାଯୋଡି ଟୋଲ ପ୍ଲାଜା, ବିଲେଇପଦା ଟୋଲ ପ୍ଲାଜା ସମେତ ହରିଚନ୍ଦନପୁର, ପଦ୍ମପୁର, ଯୋଡା, ବଡବିଲ, ଶୁଆକାଟୀ, ବିଲେଇପଦା, ରିମୁଳିରେ ଯାନବାହାନ ଯାଞ୍ଚ କରାଯାଇ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଚାଲାଣ କଟାଯିବା ସହ ମାମଲା ରୁଜ୍ଜୁ କରାଯାଇଛି । ନିମୟିତ ବ୍ୟବଧାନରେ ପରିବହନ ବିଭାଗ ପକ୍ଷରୁ ଏଭଳି ଚଢାଉ କରାଯାଉଥିବାରୁ ମଦୁଆ ଡ୍ରାଇଭରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।