ନିମାପଡା-ଗୋପ ଦେଇ କୋଣାର୍କକୁ ରେଳପଥ 

 ନିମାପଡା : ଭୁବନେଶ୍ୱର ଠାରୁ ନିମାପଡା ଗୋପ ଦେଇ କୋଣାର୍କକୁ ନୂତନ ରେଳପଥ ନିର୍ମାଣକୁ ଅନୁମତି ମିଳିଥିବାରୁ ନିମାପଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୋଳବେଦୀ ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କୃତଜ୍ଞତା ଜଣାଇଥିଲେ । ଭାଜପା ନେତାଙ୍କ କହିବା ଅନୁସାରେ, ଏହି ନୂତନ ରେଳପଥ ପ୍ରକଳ୍ପ ନିମାପଡା ଓ ନିକଟସ୍ଥ ଅଞ୍ଚଳରେ ଯାତାୟାତ, ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଦିଗ ଦେଖାଇବ । ସହଜ ଯୋଗାଯୋଗ ବ୍ୟବସ୍ଥା ସହିତ ଲୋକଙ୍କ ଦୀର୍ଘଦିନର ଦାବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ମନାଇଛନ୍ତି ।ଏହି ଅବସରରେ ନିମାପଡାର ସମସ୍ତ ମଣ୍ଡଳର ନେତୃତ୍ୱ ମାନଙ୍କ ସହିତ ସରପଞ୍ଚ ଦେବାଶିଷ ଅଚାର୍ଯ୍ୟ, ସାଂସଦଙ୍କ ପ୍ରତିନିଧି ମିନାଲତା ମହାନ୍ତି, ସୁଶାନ୍ତ ସ୍ୱାଇଁ, ନଗର ସଭାପତି ନିରଞ୍ଜନ ନାୟକ, ଶ୍ୟାସୁନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।