ଅଘୋଷିତ ବିଦୁ୍ୟତ୍ କାଟକୁ ନେଇ ଦାବିପତ୍ର

ତାଳଚେର :  ଅଲ୍ ଓଡିଶା ମାନବଧିକାର ପରିଷଦ ସଭାପତି ଡଃ ଦେବେନ୍ଦ୍ର କୁମାର ସିଂହ ତାଳଚେର ଉପଜିଲ୍ଲାପାଳ ସମୀର ଜେନାଙ୍କୁ ତାଳଚେରରେ ବାରମ୍ବାର ଅଘୋଷିତ ବିଦୁ୍ୟତ୍କାଟକୁ ରୋକାଯିବାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତାଳଚେର ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାରେ ପାରଦ ଉପରମୁହାଁ ହେଉଥିବାବେଳେ କୋଇଲା ପୋଡି ଓ କଳକାରଖାନା ଯୋଗୁଁ ପ୍ରଚୁର ପରିମାଣରେ ଗୁଳୁଗୁଳି ସହିତ ଅସହ୍ୟ ଗ୍ରୀଷ୍ମତାପ ଅଂଚଳବାସୀଙ୍କୁ ଅତିଷ୍ଠ କରି ପକାଇଥାଏ । ଏହାକୁ ନେଇ ରୋଗୀମାନଙ୍କ ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ହେଉଛି । ତାଳଚେର ୩ଟି ତାପଜ ବିଦୁ୍ୟତ୍ ପ୍ରକଳ୍ପ ରହିଥିଲେ ମଧ୍ୟ ତାଳଚେରବାସୀଙ୍କୁ ଏଥିରୁ ଉପେକ୍ଷା କରାଯାଇ ବାହାର ରାଜ୍ୟରେ ନିରବଚ୍ଛିନ୍ନ ଭାବରେ ବିଦୁ୍ୟତ୍ ସେବା ଯୋଗାଇ ଦେଉଥିବା ବେଳେ ଦୀପତଳ ଅନ୍ଧାର ସଦୃଶ୍ୟ ତାଳଚେର ଅଚଂଳରେ ବାରମ୍ବାର ବିିଦୁ୍ୟତକାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଏହାକୁ ବିଚରାକୁ ନେଇ ଶ୍ରୀ ସିଂହ ତାଳଚେର ଉଜିଲ୍ଲାପାଳଙ୍କୁ ଲୋଭୋଲଟେଜ୍ ଓ ଅଘୋଷିତ ବିଦୁ୍ୟତ୍ କାଟର ସମସ୍ୟା ସୁଧାର ଆଣିବାକୁ ଦାବିପତ୍ରରେ ମାଧ୍ୟମରେ ଜଣାଇଛନ୍ତି । ତେବେ ଉପଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଆଗାମୀ ଦିନରେ କ’ଣ ନେଉଛନ୍ତି ତାହା ଦେଖିବାକୁ କେବଳ ବାକି ରହିଛି ।