ପାସେଞ୍ଜର ହଲ୍ଟର ଗୃହ ନିର୍ମାଣ ପାଇଁ ଶୁଭ ଦେଲେ

ରୁପସା-ବାଙ୍ଗିରିପୋଷି ରେଳ ଲାଇନ ମଧ୍ୟରେ ମଛପଦା ଠାରେ ଏକ ପାସେଞ୍ଜର ହଲ୍ଟର ଆବଶ୍ୟକତା ପାଇଁ ଅଞ୍ଚଳବାସୀ ବହୁ ଦିନରୁ  କରିଆସୁଥିବା ଦାବି ଆଜି ପୂରଣ ହୋଇଛି  । କେନ୍ଦ୍ରରେ ଗତ ପାଞ୍ଜ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମଛପଦା ଠାରେ ଏକ ପାସେଞ୍ଜର ହଲ୍ଟ କରାଯିବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରତିଶୃତି ଦେଇଥିଲେ  । ରେଳବିଭାଗ ତରଫରୁ ଏଥିପାଇଁ ବାରମ୍ବାର ପରିଦର୍ଶନ କରିବା ପରେ ସମ୍ମତି ମିଳିଥିଲା । ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାଧାରଣ ନିର୍ବାଚନ ସମୟରେ ଆସିଥିବା ବେଳେ ମଛୁପଦା ଠାରେ ରେଳ ରହଣି ହେବ ବୋଲି ପ୍ରତିଶୃତି ଦେଇଥିଲେ  । ସାଧାରଣ ନିର୍ବାଚନ ସରାକାର ଗଠନ ସମୟରେ ପୂନର୍ବାର ତାଙ୍କୁ ରେଳ ବିଭାଗ ଦାୟିତ୍ୱ ଦିଆଯାଇଥିଲା  । ଏଥିପାଇଁ ପାସେଞ୍ଜର ହଲ୍ଟ ନିଶ୍ଚିତ ହୋଇ ପାରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା  ।ଏହାର ଶୁଭ ଦେବା ପାଇଁ ନଭେମ୍ବର ୧୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା  । ଆଜି ପୂର୍ବାହ୍ନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବିଧାୟକ ସନାତନ ବିଜୁଳି ମଛପଦା ଠାରେ ପହଞ୍ଚି ପାସେଞ୍ଜର ହଲ୍ଟର ଗୃହ ନିର୍ମାଣ ପାଇଁ ଶୁଭ ଦେଇଥିଲେ  । ଅଞ୍ଚଳବାସୀଙ୍କ ମଧ୍ୟରେ ବିଜେପିର ରଘୁ ପୁର ପ୍ରଭାରୀ ସର୍ବେଶ୍ୱର ନାଏକ, ବରିଷ୍ଠ ନେତା ଲକ୍ଷ୍ମୀଧର ଦଣ୍ଡପାଟ, ରତିକାନ୍ତ ମହାନ୍ତ, ଖଗେଶ୍ୱର ରାଉଳ, ଜୀବନ ପରିଡା, ପ୍ରଶାନ୍ତ ସାମଲ, ଚନ୍ଦ୍ର ଶେଖର ବେରା, ଦିଲ୍ଲୀପ ଦାସ, ଦିବାକର ଜେନା, ଅମୂଲ୍ୟ ପାଣି, ଅନନ୍ତ , ଜଗନ୍ନାଥ ମହାରଣା, ଚତୁର୍ଭୁଜ ପୃଷ୍ଟି ସମେତ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ ।ଏହି ପାସେଞ୍ଜର ହଲ୍ଟ ହେବା ଦ୍ୱାରା ୨୦ ଖଣ୍ଡ ମୌଜାର ଲୋକେ ଉପକୃତ ହେବେ ବୋଲି ସାଂସଦ ପ୍ରକାଶ କରିଥିଲେ  ।