ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ଧର୍ମଘଟ
ପିପିଲି: କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ଡାକରାରେ ସର୍ବଭାରତୀୟ ଧର୍ମଘଟ ଡାକରାରେ ପୁରୀ ଜିଲ୍ଲା ପିପିଲି ବ୍ଲକ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପିପିଲି ହାଟଛକ ଠାରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଭାପତି ଜୟନ୍ତୀ ମଲିକ, ଓ ସମ୍ପାଦିକା ସସ୍ମିତା ତ୍ରିପାଠୀ ଙ୍କ ନେତୃତ୍ୱରେ ଆସିଥିବା ଏହି ଶୋଭାଯାତ୍ରାରେ ଶତାଧିକ ଅଙ୍ଗନୱାଡି କର୍ମୀ ପାଚିକା ଓ ଆଶାକର୍ମୀ ମାନେ ଡବଲ ଇଂଜିନ ସରକାର ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି କରିଥିଲେ । ପିପିଲି ସିଡିପିଓ କାଯ୍ୟାଳୟ ଠାରେ ଅନୁଷ୍ଠିତ ସଭାରେ ଉପସଭାପତି ରୁପାଲୀ ରୁଚିସ୍ମିତା ମିଶ୍ର , ସହ-ସମ୍ପାଦିକା ସୁଚିତ୍ରା ସ୍ୱାଇଁ, ଅସୀମା ସାମନ୍ତରାୟ , କୁମିନା ସାହୁ, ପ୍ରୀତିପଦ୍ମା ମହାନ୍ତି, ମନିତା ପ୍ରଧାନ, ରେଖା ପ୍ରଧାନ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ରାଜ୍ୟ ମହିଳା ଓ ଶିଶୁବିକାଶ ସେକ୍ରେଟାରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।