ଅଧିକାରୀଙ୍କ ଅବହେଳାରୁ ଛାତ୍ରଛାତ୍ରୀଙ୍କୁ ମିଳିନି ପୋଷାକ
ଢେଙ୍କାନାଳ: ସରକାର ଶିକ୍ଷାରମାନକୁ ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିନମୂଲ୍ୟରେ ବହି ପତ୍ର ସ୍କୁଲ ଡ୍ରେସ, ଜୋତା ମୋଜା, ତଥା ଆଇ କାର୍ଡ ପ୍ରଦାନ କରୁଛନ୍ତି । ହେଲେ ଗଁଦିଆ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ପଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କପଡା ବା ଡ୍ରେସ ଦିଅନଯିବାରୁ ବିଦ୍ୟାଳୟକୁ ପୁରୁଣା ଚିରା ଫଟା ଡ୍ରେସ ପିନ୍ଧି ଆସୁଛନ୍ତି । ଶିକ୍ଷା ବର୍ଷ ଅଧା ସାରିଲାଣି, ହେଲେ ଏପଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ନୂଆପୋଷାକ ମିଳିଲା ନାହଁ । ନିୟମ ଅନୁସାରେ ଅଗଷ୍ଟ ୧୫ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ନୂଆ ପୋଷାକ ବଣ୍ଟନ କରିବାକଥା । ନୂଆ ପୋଷାକ ପିନ୍ଧି ଛାତ୍ର ଛାତ୍ରୀମାନେ ସ୍ୱାଧୀନତା ଦିବସରେ ବିଦ୍ୟାଳୟକୁ ଆସିଥାନ୍ତି କିନ୍ତୁ ଚଳିତ ବର୍ଷ ନଭେମ୍ବର ଯାଇ ଡିସେମ୍ବର ପ୍ରଥମ ସପ୍ତାହ ହେବାକୁ ବସିଲାଣି ଏଯାବତ ଛାତ୍ର ଛାତ୍ରୀକୁ ସରକାର ନୂଆ ପୋଷାକ ବଣ୍ଟନ କରିନଥିବାରୁ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ପୁରୁଣା ଚିରା ଫଟା ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସୁଛନ୍ତି କ୍ଷ ମଝିରେ ଆଉ ମାସଦୁଇଟା । ପେବୁଆରି ୨୧ତାରିଖ ରୁ ଆରମ୍ଭ ହେବ ମେଟ୍ରିକ ପରୀକ୍ଷା କ୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ପୋଷାକ ବଣ୍ଟନ କରିବାକୁ ପଦେକ୍ଷପ ଗ୍ରହଣ କରୁନଥିବାରୁ ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଛାତ୍ର ଛାତ୍ରୀଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ସରକାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ ଏଚଜି )ଙ୍କ ମାଧ୍ୟମରେ ୟୁନିଫର୍ମ ଦେବାକୁ ଧାର୍ଯ୍ୟ କରିଛନ୍ତି । ଜିଲ୍ଲା ଶିକ୍ଷାଧିକକ୍ଷରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଅବହେଲକ୍ଷଯୋଗୁଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ନିୟୋଜିତ କରିଥିବା ଏସ ଏଚ ଜି ଗ୍ରୁପମଧ୍ୟ ଚୁପ ବସିଛନ୍ତି ।