ଅନନ୍ତ ନାରାୟଣଙ୍କ ପୂଜାର୍ଚ୍ଚନା 

ନୀଳଗିରି  : ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଠାରେ କୈବର୍ତ୍ତ ସଂପ୍ରଦାୟର ଆରାଧ୍ୟ ଦେବତା ପ୍ରଭୁ ଅନନ୍ତନାରାୟଣଙ୍କ ପୂଜାର୍ଚ୍ଚନା ମହା ଧୁମଧାମରେ ପାଳିତ ହେଉଛି । ମା ଗୋପଚଣ୍ଡୀଙ୍କ ପୀଠରେ ଆୟୋଜିତ ଏହି ପୂଜାଉସôବରେ ଗ୍ରାମର ପ୍ରାୟ ଦୁଇଶହ କୈବର୍ତ୍ତ ପରିବାର ଭାଗନେଇ ସାତଦିନ ପର୍ଯ୍ୟନ୍ତ ଆମିଷ ବର୍ଜନ ସହିତ ଶ୍ରଦ୍ଧାର ସହ ପ୍ରଭୁଙ୍କ ଶରଣାପର୍ଣ୍ଣ ହୋଇଥାନ୍ତି । ୨୦୦୯ମସିହା ଠାରୁ ଗ୍ରାମର ଉଦଯୋଗି ଯୁବକଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି ଉସôବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭାଗ ନେଇଥିଲା ବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି । ଆସନ୍ତା ୧୭ତାରିଖରେ ମନୋରଞ୍ଜନଧର୍ମୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାର କମିଟି ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ମଧୁସୂଦନ ଧାଉଁଡିଆ, ଉପସଭାପତି ପିତାମ୍ବର ଧାଉଁଡିଆ, କୋଷାଧ୍ୟକ୍ଷ ସୁକାନ୍ତ ଦାସଙ୍କ ସମେତ ବହୁ ସଦସ୍ୟଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହିତ ଉସôବ ପରିଚାଳିତ ହେଉଛି ।