ଅନୁକୂଳ ଚନ୍ଦ୍ରଙ୍କର ଜନ୍ମ ମହୋତ୍ସବ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ କାଙ୍କଲୁଣ୍ଡା ଗ୍ରାମ ଠାରେ ଯୋରନ୍ଦା ସତ୍ସଙ୍ଗ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ଉଷା ବିନତୀ ପ୍ରାର୍ଥନା, ନଗର ଭ୍ରମଣରେ ଯୋରନ୍ଦା ଶିବମନ୍ଦିର ଠାରୁ ସତସଙ୍ଗ କେନ୍ଦ୍ର ପର୍ଯ୍ୟନ୍ତ ସଂକୀର୍ତ୍ତନ ଓ ଭଜନ କରାଯାଇଥିଲା । ପରେ ପରେ ସଙ୍ଗିତାଞ୍ଜଳୀ, ସତସଙ୍ଗ ଆଲୋଚନା, ମାତୃ ସମ୍ମିଳନୀ ଓ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା । ସତ୍ସଙ୍ଗ କେନ୍ଦ୍ର ଯୋରନ୍ଦାର ସଭାପତି ପରମାର୍ଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଋତ୍ୱକ କୃତିସୁନ୍ଦର କାମିଲା, ସମ୍ମାନିତ ଅତିଥି ଭାବେ ସମାଜସେବୀ ରାମଚନ୍ଦ୍ର ପାତ୍ର, ଋତ୍ୱକ ସନ୍ତୋଷ କୁମାର ପାଢୀ, ବିନୋଦ କୁମାର ମିଶ୍ର, ନଟବର ନାଥ, ଦେବଦତ୍ତ ବରାଳ, ବୈରାଗୀ ସାହୁ, ଚନ୍ଦ୍ର ଶେଖର ଧର ପ୍ରମୁଖ ଯୋଗ ଦେଇ ସତ୍ସଙ୍ଗ ଓ ସଦାଲୋଚନା ଉପରେ ବକ୍ତବ୍ୟ ରଖିଥିଲେ । କାମିନୀ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ଧର୍ମପନôୀ ତଥା ପ୍ରବଚିକା ପ୍ରତିଭା ମିଶ୍ର ଯୋଗ ଦେଇ ମା’ମାନଙ୍କ ଜୀବନ ଚର୍ଯ୍ୟା ଓ ବ୍ରହ୍ମ ଉପାସନା ସମ୍ପର୍କରେ ସାରଗର୍ଭୁକ ତତ୍ତ୍ୱ ଆଲୋଚନା କରିଥିଲେ । ସତ୍ସଙ୍ଗ କେନ୍ଦ୍ର ସମ୍ପାଦକ କୃଷ୍ଣ ବହ୍ଲଭ ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଯୋରନ୍ଦା ଓ ଆଖପାଖ ସତ୍ସଙ୍ଗ କେନ୍ଦ୍ରର ଗୁରୁ ଭାଇ ସମେତ କଟକ, ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, କେଉଁଝର ଓ ଭଦ୍ରକ ପ୍ରଭୁତି ଜିଲ୍ଲାରୁ ଗୁରୁଭାଇ ଭଉଣୀମାନେ ଯୋଗ ଦେଇଥିଲେ । ପ୍ରେମାନନ୍ଦ ମହାନ୍ତି, ସୁଧାକର ନାୟକ, ଶରତ ଚନ୍ଦ୍ର ରାଉତ, ଅରବିନ୍ଦ ଶତପଥୀ, ବିରଞ୍ଚô ନାରାୟଣ ନାୟକ, ପ୍ରେମାନନ୍ଦ ସାମଲ, ବିଚିତ୍ରାନନ୍ଦ ସାମଲ, ମୁରଲୀଧର ତ୍ରିପାଠୀ, ବିକାଶ ସାମଲ ଓ ଶରତ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।