ସାରଙ୍ଗଧରଙ୍କ ୧୩୭ତମ ଜୟନ୍ତୀ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ସାରଙ୍ଗଧରଙ୍କ ପୈତୃକ ଗ୍ରାମ ହରେକୃଷ୍ଣପୁର ରାଜସ୍ୱ ମୌଜା ଅନ୍ତର୍ଗତ କିଆଝର ଗ୍ରାମର ସତ୍ୟନାରାୟଣ ମନ୍ଦିର ପରିସରରେ ସାରଙ୍ଗଧର ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ୧୩୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସନାତନ ମଲ୍ଲିକ ସାରଙ୍ଗଧରଙ୍କ ଜୀବନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ତାଙ୍କର ସ୍ମୃତି ରଖିବା ପାଇଁ ହରେକୃଷ୍ଣପୁର ଗ୍ରାମରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ସୁରମ୍ୟ ଉଦ୍ୟାନ ପ୍ରତିଷ୍ଠା କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ସାରଙ୍ଗଧର ଆଞ୍ଚଳିକ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରଦୁ୍ୟମ୍ନ ରଥ ସାରଙ୍ଗଧରଙ୍କ ଜନ୍ମଭୂମି ସହ କର୍ମଭୂମି ଭୁବନ ଓଡିଶ ଗ୍ରାମର ବ୍ରହ୍ମକୁଣ୍ଡରେ ମଧ୍ୟ ସ୍ମୃତିରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଞ୍ଚଳିକ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ବ୍ରହ୍ମକୁଣ୍ଡ ପରିଦର୍ଶନରେ ଯିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରାଜ୍ୟ ଫାର୍ମାସିଷ୍ଟ ସଂଘର ସଭାପତି ତଥା କାଇମାଟି ସରପଞ୍ଚ ଅମିତ୍ ସ୍ୱାଇଁଙ୍କ ପିତା ଦୀପ୍ତିରଞ୍ଜନ ସ୍ୱାଇଁ କାଇମାଟି ପଞ୍ଚାୟତ ପକ୍ଷରୁ ହରେକୃଷ୍ଣପୁର ରାସ୍ତାରେ ସାରଙ୍ଗଧରଙ୍କ ନାମରେ ଭବ୍ୟ କଲ୍ୟାଣ ମଣ୍ଡପ ଉଦ୍ୟାନ ଓ ପୁଷ୍କରିଣୀ ବିକାଶ ନିକଟରେ କରାଯାଉଥିବାର ସୂଚନା ଦେଇଥିଲେ । ବର୍ଷିୟାନ ସଂଗ୍ରାମୀ ଅନ୍ନଦା ଶଙ୍କର ପତି, ଅଧ୍ୟାପକ ବିକାଶ ଦାସ, ଆଇନ୍ଜୀବୀ ପ୍ରକାଶ ରାଉତ ଓ ଗ୍ରାମ ସଭାପତି ଡା. ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ ସାରଙ୍ଗଧରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଂଚଳିକ ଉନ୍ନୟନ ପରଷିଦର ସଭାପତି ଚିତରଞ୍ଜନ ପୁହାଣ ସଭାରେ ଅଧ୍ୟକ୍ଷତା କରିଥିଲେ ଏବଂ ସଭ୍ୟ ବିଶ୍ୱଜିତ୍ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିଦ୍ୟାଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।