ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
କୋରାପୁଟ : ସ୍ଥାନୀୟ ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । କୋଟପାଡ଼ ବିଧାୟକ ରୁପୁ ଭତ୍ରା,କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୋଷଣ ଅଭିଯାନ କାର୍ଯ୍ୟକ୍ରମର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ଶ୍ରେଷ୍ଠ ଶିଶୁ ବିକାଶ ଅଧିକାରୀ ଭାବେ ସେମିଳିଗୁଡା ସିଡିପିଓ ବିନୋଦିନୀ ବେହେରାଙ୍କୁ ଉପଢ଼?କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ ସୁପରଭାଇଜର ଭାବେ ବୈପାରିଗୁଡାର ଚନ୍ଦ୍ରବତୀ ମଣ୍ଡଳ ଓ ବୋରିଗୁମ୍ମାର ଶର୍ମିଷ୍ଠା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ପାର୍ବତୀ ନାୟକ, ଦୁତିକା ହାଲବା, ଅଞ୍ଜନା ହିକକା ଓ ଶକୁନ୍ତଳା ହିମେରିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ହେଲପର ଭାବେ ଦନମତି ଚପାଡ଼ି, ଗୌରୀ ଦୁଆରୀ ଓ ଏ.କମଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବଲାଙ୍ଗିର: ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ୮ ମାର୍ଚ୍ଚ ଦିନ ରୋଟାରି କ୍ଲବ ଅଫ ଏଲିଟ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ ମହିଳାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ଏହି ସଭାରେ ଅତିଥି ବକ୍ତାଭାବେ ଯୋଗଦେଇ ବିଶିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଏ. ଆଇ. ଡି. ଡବ୍ଲୁଏ. ର ରାଷ୍ଟ୍ରୀୟ ସମ୍ପାଦକ ତାପସୀ ପ୍ରହରାଜ ଯୋଗଦେଇ କହିଲେ ସାରା ବିଶ୍ୱରେ ମହିଳାଙ୍କ ଜିଡିପିରେ ଭାଗିଦାରୀକୁ ସ୍ୱୀକୃତି ମିଳିନଥିଲା । ଯେହେତୁ ବିଶ୍ୱରେ ମହିଳାଙ୍କ ଭାଗିଦାରୀ ୫୦ ପ୍ରତିଶତ ତେଣୁ ଆମ ଦେଶରେ ମଧ୍ୟ ବଜେଟରେ ୫୦ ପ୍ରତିଶତ ମହିଳାଙ୍କ ହିତାପାଇଁ ଦିଆଯିବା କଥା । ଆମ ଦେଶର ସମ୍ବିଧାନ ମହିଳାଙ୍କୁ ସମାନ ଅଧିକାର ଦେଇଛି । ମହିଳାମାନେ କିପରିଭାବେ ପରିବାରରୁ ଆରମ୍ଭକରି ସମାଜରେ ଓ ନିଜର କର୍ମସ୍ଥଳୀରେ ମଧ୍ୟ ସଂଗ୍ରାମକରି ନିଜକୁ ପ୍ରତିଷ୍ଠିତ କରୁଛି ତାହା କେବଳ ଜଣେ ମହିଳାହିଁଁ ଜାଣିପାରିବ । ୧୩ ପ୍ରତିଶତ ମହିଳା ନିଜ ଘର ସମ୍ଭାଳିବାକୁ ନିଜର ଚାକିରୀ ଛାଡିବାକୁ ବାଧ୍ୟ ହେଉଛନ୍ତି । ତେଣୁ ମହିଳା ନିଜକୁ କମ ଶକ୍ତିଶାଳୀ ଭାବିବା ଉଚିତ ନୁହେଁ, ଆଜିବି ନିଜ ଅଧିକାର ପାଇବାପାଇଁ ସଜାଗ ରହିବା ଉଚିତ । ଏହି ସଭାରେ ଅନ୍ୟତମ ଅତିଥି ବକ୍ତା ତଥା ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଲେ ଭୁବନେଶ୍ୱରରୁ ବଲାଙ୍ଗୀରକୁ ଡାକିଥିବାରୁ ରୋଟାରି ଏଲିଟକୁ ଅନେକ ଧନ୍ୟବାଦ । ମୋ ପିଲାଦିନ ଏହି ବାଲାଙ୍ଗୀରର ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟରେ ପାଠ ପଢିଛି । ଅନ୍ତର୍ଜାତୀୟ ମହିଳା ଦିବସରେ ଯେଉଁ ଝିଅମାନଙ୍କୁ ସମର୍ଦ୍ଧିତ କରାହେଲା ସେମାନେ ଆଜି ସମାଜରେ ନିଜର ଉଦଯୋଗ ପାଇଁ ଜାତୀୟ ସ୍ଥରରେ ପ୍ରତିଷ୍ଠିତ । ଗୋଟିଏ ମହିଳାଙ୍କୁ ଯେପରି ତିଆରି କରିବାରେ ପରିବାର ଓ ସମାଜର ଭୂମିକା ଅନନ୍ୟ, ଠିକ୍ ସେହିପରି ପରିବାର ଓ ସମାଜ ଗଢିବାକୁ ମଧ୍ୟ ନାରୀର ଭୁମିକାକୁ ଗୌଣ କରାଯାଇ ନପାରେ । ଏହି ମହିଳା ଦିବସ ଉପଲକ୍ଷେ ଖେଳରେ ରାଷ୍ଟ୍ରୀୟ ସ୍ଥରରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳି ସରିତା ମେହେରଙ୍କୁ କ୍ରିକେଟ, ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କୁ ସର୍ଟ ପୁଟ ଖେଳ, ନନ୍ଦିନୀ ଲାଲଙ୍କୁ କନିଷ୍ଠ ବ୍ୟାଡ଼ମୀଣ୍ଟନ, ଝରଣା ସେଠ ଓ ଝିଲି ସେଠଙ୍କୁ ଅସି ଚାଳନା, ରାଜେଶ୍ୱରୀ ସେଠ ଓ ରୋଶନୀ ସାହୁଙ୍କୁ ଲନ ବଲ, କ୍ରିତିକା ଅଗ୍ରୱାଲଙ୍କୁ ପେନସକ ସିଲଟ ପାଇଁ, ସାନଭି ପ୍ରଧାନଙ୍କୁ ଟାଇକୱାଣ୍ଡ ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ସମ୍ବଲପୁର: ଧମାସ୍ଥିତ ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ନିଆରା ଢଙ୍ଗରେ ଆନ୍ତର୍ଜାତିକ ମହିଳା ଦିବସ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମାନେଶ୍ୱର ବ୍ଲକ ଜିଲ୍ଲା ପରିଷଦ ଜୋନ-୨ର ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟରତ ସମସ୍ତ ମହିଳା ଅଧ୍ୟାପିକା ଓ କର୍ମଚାରୀଙ୍କୁ ଏହି ଅବସରରେ ସେମାନଙ୍କ ସମର୍ପିତ କାର୍ଯ୍ୟ ଦକ୍ଷତା ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ମାନେଶ୍ୱର ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ ତାଙ୍କ ବକ୍ତବ୍ୟରେ ସାଂପ୍ରତିକ କାଳରେ ନାରୀ ସୁରକ୍ଷା ଓ ସମ୍ମାନ ରକ୍ଷାର ଗୁରୁତ୍ୱ ଉପରେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଅଧ୍ୟାପିକା ମିନତି ଦାଶ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ ଚରିତାର୍ଥ ଉପରେ ଯୋର ଦେଇଥିଲେ । ପୁରୁଷ ପ୍ରଧାନ ସମାଜରେ ନାରୀ ନିଜ ସ୍ୱାଭିମାନ ନାରୀମାନେ ନିଜେ ନିଜ ସ୍ୱାର୍ଥରକ୍ଷା ପାଇଁ ଯନôଶୀଳା ହେବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଳ ପ୍ରଧାନ, ଓଡିଆ ଅଧ୍ୟାପକ ବଳଦେବ ମହାକୁର ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ସୁଦୀପ୍ତା ଦାଶ, ଧମା ସରପଞ୍ଚ ଲଳିତା ପ୍ରଧାନ, ବରଗାଁ ସରପଞ୍ଚ ପ୍ରଭାସିନୀ ହୋତା, ହୁମା ସମିତି ସଭ୍ୟା ମେନକା ନାଏକ ପ୍ରମୁଖ ଯୋଗ ଦେଇଥିଲେ ।
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପରିସରରେ ଜୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ପୈାରପରିଷଦ ସଭା ଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି ।ଏହି ଅବସରରେ ପୈାରପରିଷଦ ଅଧ୍ୟକ୍ଷ ସୁବାସ୍ ଚନ୍ଦ୍ର ପୋଳାଇ, ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା , ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି, ଅତିରିକ୍ତ ତହସିଲଦାର, ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ଏବଂ ଏସ୍ଡିଏଚ୍ ମେଡିକାଲ୍ ଅଧିକାରୀ ଡ଼ଃ ସୋନାଲି ଗୁପ୍ତା ସଭାରେ ଉପସ୍ଥିତ ଥିଲେ । ପରିଷଦ ସଦସ୍ୟମାନେ, ମହିଳା ଅଧିକାରୀମାନେ, ସ୍ୱଚ୍ଛ କର୍ମୀ, ସଫାଇ କର୍ମୀ, ସ୍ୱଚ୍ଛସାଥୀମାନେ ଏବଂ ଅର୍ଥ ସଂଗ୍ରହ କେନ୍ଦ୍ର, ଆହାର କେନ୍ଦ୍ର, ମିଶନ୍ ଶକ୍ତି କାଫେ ଇତ୍ୟାଦିର ପରିଚାଳନା ଏବଂ ରକ୍ଷାବେକ୍ଷଣ କାର୍ଯ୍ୟରେ ନିଯୁକ୍ତ ମହିଳା ଏସ ଏଚ ଜି ସଦସ୍ୟମାନେଙ୍କୁ ଅତିଥି ଭାବେ ସମ୍ମାନିତ କରାଯାଇଥିଲା । ବକ୍ତାମାନେ ମହିଳାମାନଙ୍କ ପ୍ରେମ, ତ୍ୟାଗ ଏବଂ ସମାଜ ଗଠନରେ ତାଙ୍କ ଅମୂଲ୍ୟ ଅବଦାନକୁ ଉଲ୍ଲେଖ କରିଥିଲେ । ଲିଙ୍ଗ ସମ୍ପର୍କୀୟ ପ୍ରାରୋଚନା, ଶୋଷଣ, ଯୌନ ଉତ୍ପୀଡ଼ନ ଏବଂ ବିଭିନ୍ନ ସମସ୍ୟା ସମୂହ ସତ୍ତ୍ୱେ ମହିଳାମାନେ ସମାଜ ଗଠନରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରୁଥିବାକୁ ଗୁରୁତ୍ୱ ଦିଆଯାଇଥିଲା । ମହିଳାମାନଙ୍କ ପାଇଁ ସମାନ ଅଧିକାର, ସୁଯୋଗ, ଶକ୍ତି ଏବଂ ସୁରକ୍ଷା ନିଶ୍ଚିତ କରିବାର ଅବଶ୍ୟକତାକୁ ବଳିଯାଇଥିଲା । ଏହି ଉସôବରେ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ସେବା ଏବଂ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଅଗ୍ରଣୀ ମହିଳା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଏକ ପ୍ରଶଂସନୀୟ ପଦକ୍ଷେପ ଯେଉଁଥିରେ ମହିଳାମାନଙ୍କ ଏକାଗ୍ରତା, କଠିନ ପରିଶ୍ରମ ଏବଂ ସମାଜର ପ୍ରଗତି ପାଇଁ ତାଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା । ସମସ୍ତ ଗଣ୍ୟମାନ୍ୟ ଅତିଥିମାନେ ଏହି ଅବସରକୁ ସ୍ମରଣୀୟ କରିବାପାଇଁ କେକ୍ କାଟିବା ଅନୁଷ୍ଠାନରେ ଅଂଶଗ୍ରହଣ କରିଥିଲେ ପରିସ୍କାର କର୍ମଚାରୀମାନଙ୍କୁ ସମ୍ମାନ ପ୍ରୋସôାହନ ଦେବା ଉଦେ୍ଦଶ୍ୟରେ ଏହି ଅବସରରେ ଏକ ବଡ଼ଖାନା ଅନୁଷ୍ଠାନ ଆୟୋଜନ କରାଯାଇଥିଲା
ନବରଙ୍ଗପୁର: ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା "ସୁଭଦ୍ରା ଯୋଜନା"ର ଦ୍ୱିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ ସମାରୋହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ମାନ୍ୟବର ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଓ କୁଞ୍ଜ ବିହାରୀ ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ମାନ୍ୟବର ମନ୍ତ୍ରୀ ସମାରୋହକୁ ସମ୍ବୋଧିତ କରି ମହିଳାମାନେ ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଓଡ଼ିଶା ଇତିହାସର ସର୍ବବୃହତ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ "ସୁଭଦ୍ରା’ର ଦ୍ୱିତୀୟ କିସ୍ତି ସହାୟତା ଅର୍ଥ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶିଳ କରିବ ବୋଲି କହିଥିଲେ । ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ବ୍ରହ୍ମପୁର ଠାରେ ଆୟୋଜିତ "ସୁଭଦ୍ରା ଯୋଜନା " ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦ୍ୱିତୀୟ କିସ୍ତି ଅର୍ଥ ରାଶି ପ୍ରଦାନକୁ ଭୂୟସୀ ପ୍ରଶଂସା କରିବା ସହ ଏହାଦ୍ୱାରା ମହିଳା ସଶକ୍ତିକରଣ ର ଏକ ନୂତନ ଯୁଗ ଆରମ୍ଭ ହେଲା ବୋଲି କହିବା ସହ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସଂପୃକ୍ତ ପ୍ରଶାସନିକ ଅଧିକାରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏସ ଏଚ୍ ଜି ସଭ୍ୟା,ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର, ସପୋର୍ଟ ଷ୍ଟାଫ୍କୁ ଧନ୍ୟବାଦ୍ ଦେଇଥିଲେ । ପ୍ରକାଶ ଥାଉ କି ଆଜି ବ୍ରହ୍ମପୁର ଆମ୍ବପୁଆ ଠାରେ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ଅର୍ଥ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ପ୍ରାୟ ୫୦୦୦ କୋଟି ଟଙ୍କା ଜମା କରାଯାଇଛି । ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ୍ ଓ ୨ଟି ମୁ୍ୟନିସିପାଲଟି ଅଞ୍ଚଳର ୨,୮୫,୯୫୨ ଜଣ ମହିଳା ହିତାଧିକାରୀ ଙ୍କ ଖାତା କୁ ପ୍ରତ୍ୟେକ ୫୦୦୦ ଟଙ୍କା ଦ୍ୱିତୀୟ କିସ୍ତି ଅର୍ଥ ରାଶି ଆଜି ଜମା ହୋଇଛି ।ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ, ଏସ ଏଚ ଜି ସଭ୍ୟ,ମହିଳା ହିତାଧିକାରୀ ଙ୍କ ସହ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।
ଜୟପୁର: ବିଜେଡି ଦଳୀୟ କାର୍ଯ୍ୟାଳୟ ବିଜୁ ଭବନରେ ମହିଳା ଦିବସ ଇନ୍ଦିରା ନନ୍ଦଙ୍କ ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବି.ସୁନିତା ପୌର ଉପାଧ୍ୟକ୍ଷା, ରଶ୍ମୀ ରଥ,ଆସ୍ଥା ନାୟକ, ତପତି ପଟ୍ଟନାୟକ ଜିଲ୍ଲା ପରିଷଦ ସଭ୍ୟା, ଦୀପ୍ତି ନାଏକ ବୋରିଗୁମା ବ୍ଲକ ଅଧ୍ୟକ୍ଷା, ମଞ୍ଜୁଳା ଘାସି ଜିଲ୍ଲା ପରିଷଦ ସଭ୍ୟା, ବି.ସାରଦା ଉପସ୍ତିତ ଥିଲେ । ଜୟପୁର ପୌରପାଳିକାର ସମସ୍ତ ମହିଳା ବିଜେଡି କାଉନସିଲର, ଜୟପୁର ବ୍ଲକ ଏବଂ ବୋରିଗୁମା ବ୍ଲକର ସମସ୍ତ ମହିଳା ସରପଞ୍ଚ ଏବଂ ସମିତି ସଦସ୍ୟା ସହିତ ପ୍ରାୟ ୩୦୦ ଶହ ମହିଳା ଯୋଗ ଦେଇଥିଲେ । ସିୱା ଅନୁଷ୍ଠାନ, ପୌର ପରିଷଦ, ସମବାୟ ବିଭାଗ, ବିକ୍ରମ ଦେବ ମହାବିଦ୍ୟାଳୟରେ ମଧ୍ୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା ।
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ତଥା ସବ ଜର୍ଜ- ଇଶା ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶିବିର ରେ ଜେଏମଏଫସି ଖଡ଼ିଆଳ ସମୀକ୍ଷା ସା ,ଏଡିସନାଲ ପବ୍ଲିକ ପ୍ରୋସୀକୁ୍ୟଟର ବା‚ାନିଧି ବେହେରା, ଫ୍ରଣ୍ଟ ଅଫିସ ରିଟେନର ଟିକେଶ୍ୱର ବେହେରା,ଆଇନ ସେବା ପ୍ରାଧିକରଣ ସଦସ୍ୟ ମେଜର ରାମଚନ୍ଦ୍ର ମିଶ୍ର,ଜିଲ୍ଲା ଶିଶୁ କଲ୍ୟାଣ ଅଧ୍ୟକ୍ଷ ଫଣିନ୍ଦମ ସିଂ ଦେଓ ତଥା କଲେଜ ଅଧ୍ୟକ୍ଷକ୍ଷ ଲିଜା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମହିଳା ସୁରକ୍ଷା ଆଇନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଘରୋଇ ହିଂସା ପ୍ରତିରୋଧ ଆଇନ ୨୦୦୫(ପିଡବ୍ଲୁଡିଭିଏ), ପୀଡିତା କ୍ଷତିପୂରଣ ଯୋଜନା ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧ, ତାର ନିରାକରଣ ତଥା ପ୍ରଚଳିତ ଆଇନ ର ସଦ ଉପଯୋଗ କରିବା ପାଇଁ ବକ୍ତାମାନେ ନିଜ ନିଜ ମତ ପୋଷଣ କରିଥିଲେ । ମହିଳା ହିଂସାର ମୂଳୋତ୍ପାଟନ କରିବା ଦ୍ୱାରା ସମାଜରେ ଶାନ୍ତିର ବାତାବରଣ ଆସି ପାରିବ ବୋଲି ସେମାନେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଦାଲତର କିରାଣୀ ସୂର୍ଯ୍ୟ ମେହେର ପରିଚାଳନା କରିଥିବା ବେଳେ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଛାତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ ।