ବିପଦସଂକୁଳ ଅବସ୍ଥାରେ ଝୁଲୁଛି ବିଦୁ୍ୟତ୍ ତାର
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ଦିନ ଦୁଇରୁ ତିନି ଜଣ ବିଦୁ୍ୟତ୍ ସଂସ୍ପର୍ଶରେ ମୃତୁ୍ୟବରଣ କରୁଥିବା ବେଳେ ଏ ନେଇ ବିଦୁ୍ୟତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ସଦର ମହକୁମା କୁହାଯାଉଥିବା ଛତ୍ରପୁରର ମଝି ବଜାରରେ । ଛତ୍ରପୁର ମଝି ବଜାରରେ ଥିବା ଏକ ବିଦୁ୍ୟତ୍ ଖୁଣ୍ଟରେ ପ୍ରାୟ ଏକଶହରୁ ଅଧିକ ବିଦୁ୍ୟତ୍ ତାର ଓ ସେଥିମଧ୍ୟରୁ ଅନେକ ତାର ଛିଡା, ଯେଉଁଥିରେ କି ବିଦୁ୍ୟତ୍ ମଧ୍ୟ ଅଛି ଏବଂ ତାହା ବିପଦ ପୂର୍ଣ୍ଣ ଅବସ୍ଥାରେ ଜନ ଗହଳିପୂର୍ଣ୍ଣ ରାସ୍ତାରେ ଝୁଲି ରହିଛି । କିଛି ଲୋକ ଏହାକୁ ନେଇ ବିଭାଗୀୟ କର୍ମକର୍ତ୍ତା ଜଣାଇ ଥିଲେ ମଧ୍ୟ କିଛି ସମାଧାନ ହୋଇପାରୁନାହିଁ । କିଛି ଗୋଟେ ବଡ ଦୁର୍ଘଟଣା ହେଲେ ବିଦୁ୍ୟତ୍ ବିଭାଗର ନିଦ ଭାଙ୍ଗିବ ବୋଲି ଜନ ସାଧାରଣ କହିଛନ୍ତି । ସେହିପରି ସହରର ବହୁ ଖୁଣ୍ଟରେ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି ।