ଅଫିସ ସାମ୍ନାରୁ ବାଇକ ଲୁଟ୍ ; ଲୁଟେରା ଗିରଫ

ଭୁବନେଶ୍ୱର, ୨୮ା୫ : ଅଫିସ ଆଗରେ ବାଇକ ପାର୍କିଂ କରି ଭିତରକୁ ଯାଇଥିବା ବେଳେ ପଲସର ବାଇକୁ ଲୁଟେରା ନେଇ ଛୁ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ପଲସର ବାଇକକୁ ଜବତ କରାଯାଇଛି । ଗିରଫ ଲୁଟେରା ହେଲା, ଗଞ୍ଜାମ ଜିଲ୍ଲାର ସୌମ୍ୟରଞ୍ଜନ ଦାସ । ଏଠାରେ ସେ ଭରତପୁର ଥାନା ଅଧିନ ଜଗନ୍ନାଥ ବିହାର ମେନ୍ ଲେନ୍ରେ ରହିଆସୁଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ତାରିଣୀ ପ୍ରସାଦ ବେହେରା ଖାରବେଳନଗର ଥାନା ଅନ୍ତର୍ଗତସତ୍ୟକାଳୀ ବସ୍ତିରେ ରହୁଥିବା ବେଳେ ଭରତପୁର ଥାନା ଅନ୍ତର୍ଗତ ସାମପୁର ଠାରେ ଥିବା ମିଲନ ଟ୍ରାନ୍ସପୋର୍ଟ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଗତକାଲି ମଧ୍ୟାହରେ ଅଭିଯୋଗକାରୀ ଜଣକ ନିଜ ପଲସର ବାଇକକୁ ଅଫିସ ସମ୍ମୁଖରେ ପାର୍କିଂ କରି ଅଫିସ କାର୍ଯ୍ୟ ଲାଗି ଭିତରକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ନକଲି ଚାବି ବ୍ୟବହାର କରି କୌଶଳ କ୍ରମେ ସେଠାରୁ ପଲସରଟିକୁ ନେଇ ଫେରାର ହୋଇଯାଇଥିଲା । ପରେ ଅଭିଯୋଗକାରୀ ଆସି ଦେଖିଲା ବେଳକୁ ବାହାରେ ତାଙ୍କ ବାଇକ ନାହିଁ । ବହୁ ଖୋଜା ଖୋଜି ପରେ ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୩ ଘଣ୍ଟା ଭିତରେ ଲୁଟେରାକୁ କାବୁ କରିବା ସହ ତାଠାରୁ ବାଇକ ଜବତ କରାଯାଇଛି ।