ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଧିବେଶନ
ଭଦ୍ରକ : ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ଏକ ଅଧିବେଶନ ସଭାପତି ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି, ଉପସଭାପତି ହରମୋହନ କୁଅଁର, ଡ଼. ଗୋଲକ ବିହାରୀ ସାହୁ ଓ ସାଧାରଣ ସମ୍ପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ଉପସ୍ଥିତ ଥିଲେ । ସର୍ବଭାରତୀୟ ଷ୍ଟେଟ୍ ପେନ୍ସନ୍ର ସଂଘ ଆହ୍ୱାନ କ୍ରମେ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ସଂଘର ପ୍ରମୁଖ ଦାବି ସମ୍ପର୍କରେ ନିଆଯାଉଥିବା ପଦକ୍ଷେପରେ ଯୁଗ୍ମ ସମ୍ପାଦକ ଅଜିତ ନାୟକ, ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର, ସଦସ୍ୟ ଚନ୍ଦ୍ରମୋହନ ମହାନ୍ତି ଓ ଅରବିନ୍ଦ ବସନ୍ତରାୟ ରାଜ୍ୟସ୍ତରରେ ଅନୁଷ୍ଠିତ ଅଧିବେଶନରେ ଆଲୋଚିତ ବିଷୟରେ ଓ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ସମସ୍ତ ପେନ୍ସନର ନିଜର ମାନବାଧିକାର ତଥା ମୌଳିକ ଅଧିକାର ସ୍ୱରୂପ ପେନ୍ସନ ସଂଶୋଧନ ହୋଇ ନୂତନ ବୃଦ୍ଧି ପେନ୍ସନ୍୍ପ୍ରାପ୍ତ ହୋଇଥାଆନ୍ତି । ମାତ୍ର ଆସନ୍ତା ୨୦୨୬ର ବେତନ କମିଶନରର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟ ସଭାରେ ଗୃହୀତ କରାଇ ମାର୍ଚ୍ଚ ମାସରେ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କରାଇ ଅଷ୍ଟମ ବେତନ କମିଶନର ଭାରତର କୌଣସି ବର୍ଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବେତନ ବୃଦ୍ଧିପାଇଁ ଅର୍ନ୍ତଭୁକ୍ତ ନ କରାଇବା ସହିତ ପେନ୍ସନରଙ୍କ ପେନ୍ସନ୍ ବୃଦ୍ଧି ନ କରାଇବା ପାଇଁ ଆଇନରେ ପରିଣତ କରାଇଛନ୍ତି । ଏହା ଦ୍ୱାରା ଦୀର୍ଘ ଦିନର ପ୍ରଚଳିତ ନିୟମର ପରିବର୍ତନ କରାଇ କେନ୍ଦ୍ର ସରକାର ପେନ୍ସନ୍ ବୃଦ୍ଧି ବନ୍ଦକରି ସେମାନଙ୍କର ଜୀବନ ଜୀବିକାପ୍ରତି କୁଠାରଘାତ କରାଇଛନ୍ତି । ଏ ସଂପର୍କରେ ସର୍ବଭାରତୀୟ ସ୍ତରରେ ଆସନ୍ତା ୨୩ ତାରିଖରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଏହାର ପୁର୍ନବିଚାର କରି ପାଶ୍ କରାଇଥିବା ଆଇନ୍ ପ୍ରତ୍ୟାହାର ପାଇଁ ଦୀବିପତ୍ର ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସାହୁ, ମଦନ ମୋହନ ନାୟକ, କିଶୋର ଚନ୍ଦ୍ର ରାୟ, ଡ. ରାଧାରାଣୀ ମହାପାତ୍ର, ସୁରେଶ ସାହୁ, ଯୁଧିଷ୍ଠିର ବାରିକ୍, ରମେଶ ଚନ୍ଦ୍ର ଦାସ, ଆଦିତ୍ୟ କୁମାର ନାୟକ, ଉପେନ୍ଦ୍ର ରାଉତ, ରବୀନ୍ଦ୍ର ନାୟକ ଉପସ୍ଥିତଥିଲେ । ଲକ୍ଷ୍ମଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।