ଅବସରପ୍ରାପ୍ତ ପୁଲିସ ଅଫିସର ସଂଘ ପ୍ରତିଷ୍ଠା ଦିବସ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସିଲ୍ଲକ ସିଟି ବ୍ରହ୍ମପୁର ସ୍ଥିତ ଅବସରପ୍ରାପ୍ତ ପୁଲିସ ଅଫିସର ସଂଘ କାର୍ଯ୍ୟାଳୟରେ ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟଅତିଥି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଅବସରପ୍ରାପ୍ତ ଭାଇସ ଚାନ୍ସଲର ପ୍ରଫେସର ଜୟନ୍ତ ମହାପାତ୍ର, ଅବସର ପ୍ରାପ୍ତ ଆଇଜି ପୋଲିସ ବିପ୍ର ଚରଣ ଆଚାର୍ଯ୍ୟ, ବ୍ରହ୍ମପୁର ପୁଲିସ ହାଇସ୍କୁଲ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, କର୍ଯ୍ୟକାରୀ ସଭାପତି ସାନ୍ତୁନୁ ପାଢୀ ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ଏହି ସଙ୍ଘ ଅତି ପୁରାତନ ସଂଘ ପୁଲିସ ଅଫିସର ଯେତେବେଳେ କାର୍ଯ୍ୟରତ ଥିଲେ ସେତେବେଳେ ଯେମିତି ଲୋକ ତଥା ସମାଜର ସେବା କରୁଥିଲେ ଅବସର ପରେ ବି ଅବସର ପ୍ରାପ୍ତ ପୋଲିସ ଅଫିସର ସଂଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯକ୍ରମ କରିଥିଲେ । ମୁଖ୍ୟତଃ ଏହି ସଂଘ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ । ଏହି ବାର୍ଷିକୋତ୍ସବରେ ବ୍ରହ୍ମପୁର ଠାରେ ଥିବା ୁପୋଲିସ ହାଇସ୍କୁଲ ସରକାରୀ ଅନୁଦାନରୁ ବଞ୍ଚôତ ହୋଇଥିବା ସମ୍ପର୍କରେ ବି ଚର୍ଚ୍ଚା କରାଯାଇଥିଲା । ସରକାରଙ୍କୁ ଅନୁରୋଧ ବି କରିଥିଲେ ଏହି ପୁରାତନ ହାଇସ୍କୁଲ କୁ କିଛି ଅନୁଦାନ କରନ୍ତୁ ଏବଂ ଏହି ସ୍କୁଲକୁ ସରକାର ହାତକୁ ନେବା ସକାଶେ ସଂଘ ପକ୍ଷରୁ ନିବେଦନ କରିଛନ୍ତି । ଶେଷରେ ପୋଲିସ ହାଇ ସ୍କୁଲର କୃତି ଛାତ୍ର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମଧୁସ୍ମିତା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସହରର ବହୁ ବ୍ୟକ୍ତି ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ।