ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ
ବାଲିଚନ୍ଦ୍ରପୁର: ବାଲିପଡିଆ ଗ୍ରାମର ବିଷ୍ଣୁ ଚରଣ ପ୍ରଧାନ(୮୨)ଙ୍କ ପରଲୋକ ଘଟିଛି । ସେ ୨୦୦୫ମସିହାରେ ପ୍ରଧାନ ଶିକ୍ଷକ ଥାଇ ସରକାରୀ ଚାକିରୀରୁ ଅବସର ନେଇଥିଲେ । ତାଙ୍କ ପରଲୋକ ସମୟରେ ଭାଇ ବସନ୍ତ, ପୁଅ ମଳୟ, ତପନ, ପୁତୁରା ଆଲୋକ, ପ୍ରମୋଦ ଓ ଝିଅଜ୍ୱାଇଁ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବଡଚଣା ବିଧାୟକ ଅମର ନାଏକ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ଅଧିବକ୍ତା ପ୍ରକାଶ କୁମାର ଦାଶ, ସମାଜସେବୀ ସୁବାସ ଚନ୍ଦ୍ର ତ୍ରିପାଠୀ, ଚିତରଞ୍ଜନ ତ୍ରିପାଠୀ, ନିଗମ ତ୍ରିପାଠୀ, ଶିକ୍ଷାବିତ ଉମାକାନ୍ତ ବଳ, ରାମଚନ୍ଦ୍ର ସାମଲ, ହୃଷିକେଶ ରାଏ ପ୍ରମୂଖ ଶୋକବ୍ୟକ୍ତ କରିଛନ୍ତି । ଗାଁ ଶ୍ମଶାନରେ ଶେଷକୃତ୍ ସମ୍ପନ୍ନ କରାଯାଇଥିବା ବେଳେ ପୁଅ ଉଦୟ ନାଥ ମୁଖାଗ୍ନି ଦେଇଥିଲେ ।