ସଂଗୀତ ଓ ଓଡ଼ିଶୀ ନୃତ୍ୟ ଉପରେ ଆଲୋଚନାଚକ୍ର
ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ କଲେଜ ମା’ଚର୍ଚ୍ଚିକା ଛାତ୍ରୀ ନିବାସରେ ସଂଗୀତ ଓ ଓଡ଼ିଶୀ ନୃତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ପ୍ରତିଯୋଗିତା ହୋଇଥିଲା । ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ମନୋଜ ମହାପାତ୍ର ସଭାପତିତ୍ୱ କରି ସଂଗୀତ ଓ ନୃତ୍ୟର ବିଭିନ୍ନ ଦିଗ, ଶୈଳୀ, ଉପସ୍ଥାପନା ଓ ପରିବେଷଣ ଉପରେ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତଅତିଥି ଅଧ୍ୟାପକ ଯୋଗୀନାଥ ମଲ୍ଲିକ, ଗୀତିକାର ପ୍ରଭାକର ରଥ, ପ୍ରଭାତ କୁମାର ବଳିୟାର ସିଂହ, ଅଧ୍ୟାପିକା ରୋଜାଲିନ୍ ମହାନ୍ତି ଓ ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ । ଛାତ୍ରୀ ନିବାସର ସହ ତତ୍ତ୍ୱାବଧାରକ କିଶୋର ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗୀତ ପ୍ରତିଯୋଗିତାରେ ଅନି ସାମଲ ପ୍ରଥମ, ପ୍ରିତିକ୍ରୀଷ୍ଣା ମହାନ୍ତି ଦ୍ୱିତୀୟ ଓ ସସ୍ମିତା ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ନୃତ୍ୟ ପ୍ରତିଯୋଗିତାରେ ପ୍ରିତିକ୍ରୀଷ୍ଣା ମହାନ୍ତି ମହାନ୍ତି ପ୍ରଥମ, ନିକିତା ଦଳେଇ ଦ୍ୱିତୀୟ ଓ ଶ୍ରାବଣୀ ପ୍ରଧାନ ତୃତୀୟ, ଏକକ ଅଭିନୟରେ ଲିପିକା ଶତପଥୀ ଓ ସ୍ୱାଗତିକା ସେଠ ଯୁଗ୍ମ ପ୍ରଥମ, ବିପାଶା ପ୍ରିୟଦର୍ଶିନୀ ଦ୍ୱିତୀୟ ଓ ଶୁଭଲକ୍ଷ୍ମୀ ମଲ୍ଲିକ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଆଲୋଚନାଚକ୍ରକୁ ଜଶ୍ମିନ୍ ରାଉତ ଓ ବିନୋଦିନୀ ବେହେରା ପରିଚାଳନା କରିଥିବା ବେଳେ ଛାତ୍ରୀ ନିବାସର ସାଧାରଣ ସମ୍ପାଦିକା ସୁଶ୍ରୀତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।