ପ୍ରମୋଦ କୁମାର ସାହାସପୁର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ
ବାଲିଚନ୍ଦ୍ରପୁର: ସାହାସପୁର ମହାବିଦ୍ୟାଳୟ ବାଲିଚନ୍ଦ୍ରପୁରରେ ଦୀର୍ଘ ୧୨ ବର୍ଷ ପରେ ନୂତନ ସ୍ଥାୟୀ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇଛନ୍ତି । ନୂତନ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଦାୟୀତ୍ୱରେ ଥିବା ଅସ୍ଥାୟୀ ଅଧ୍ୟକ୍ଷ ସରୋଜ କୁମାର ଜେନାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟଭାର ଗ୍ରହଣ ସମୟରେ ପ୍ରାଧ୍ୟାପକ ସରୋଜ ରଞ୍ଜନ ଜେନା, ସଞ୍ଜୟ କୁମାର ସାହୁ, ସଂଗ୍ରାମ ପରିଡା, ପ୍ରଶାନ୍ତ କୁମାର ସାମଲ, ମୁଖ୍ୟ ଲିପିକ ପ୍ରତାପ ବୀରବର ଚନ୍ଦନ ପୃଷ୍ଟି ଓ ସରୋଜ ସାମଲଙ୍କ ସମେତ ଅନ୍ୟ ଅଧ୍ୟାପକ କର୍ମଚାରୀ ତାଙ୍କୁ ସାଗତ ଜଣାଇଥିଲେ । ନୂତନ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଏହି ମହାବିଦ୍ୟାଳୟର ନାକ୍ ମାନ୍ୟତ ପାଇଁ ଉଦ୍ୟମ କରାଯିବା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ଦୁଷ୍ଟ ଆକର୍ଷଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।