ଅଭୁଲା ବ୍ୟକ୍ତିତ୍ୱ: ଦାସିଆ ଅଜାଅ


ବିଭୁତି ପଟ୍ଟନାୟକ 
 ଅଖ୍ୟାତ ପଲ୍ଲୀର ଏକ ଚାଳଛପର ଘରର ମିଞ୍ଜି ମିଞ୍ଜି ଆଲୁଅରେ ଅଭାବ, ଅନାଟନରେ କଷ୍ଟସାଧ୍ୟ ଦିନ କାଟୁଥିବା ସାଧାରଣ ମଣିଷଟିଏ । ବିଶେଷ କିଛି ପାଠ ପଢି ନଥିଲେ ମଧ୍ୟ ସେଥିଲେ ଏକ ଭିନ୍ନ ଚିନ୍ତାଧାରା ସମ୍ଫନ୍ନ ଅଭୁଲା ବ୍ୟକ୍ତିତ୍ୱ, ଓଡିଶା ପାଠାଗାର ଆନେ୍ଦାଳନର ପୁରୋଧା, ଓଡିଶା ମାଟିର ବିରଳ ସାଧକ, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ । ଘରେ ଘରେ ପରିଚିତ "ଦଶ ପଇସାର ରଜା-ଦାଶିଆ ଅଜା’ । ନିଜେ ଶିକ୍ଷାର ଅନ୍ଧାରରେ ରହି ମଧ୍ୟ ଅନ୍ୟ ମାନଙ୍କ ଶିକ୍ଷାର ଗୁରୁତ୍ୱ ବୁଝି ପାରୁଥିବା ବ୍ୟକ୍ତି ଜଣକ ଅଧା ଲୁଚା ଗାମୁଛାଟିଏ ପିନ୍ଧି, ମୁଣ୍ଡରେ ଠେକାଟିଏ ଓ ହାତରେ ବାଡି ଖଣ୍ଡିଏ ଧରି ଓଡିଶାର ସବୁ ଅଂଚଳ ବୁଲି ବୁଲି ପ୍ରତ୍ୟେକକୁଂ ବହିଟିଏ, ପୋଥିଟିଏ, ପୁରାତନ ସାମଗ୍ରୀ ସହ ଦଶ ପଇସାର ଭକ୍ଷା ମାଗିଲେ । ସେ ଓଡ଼ିଆ କଳା, ସଂସ୍କୃତି, ପରମ୍ଫରା, ରୀତିନୀତିକୁ ସାଇତି ରଖିବା ଉଦ୍ୟମ ସହ ଆଗାମୀ ପିଢ଼ି କ'ଣ ଶିଖିବେ, ପଢିବ ତାହାଥିଲା ତାଙ୍କ ମନର ଭାବନା ।
ନିଜର ଅକ୍ଳାନ୍ତ ପରିଶ୍ରମ, ସମୟାନୁବତ୍ତିକ ସାଧନା ଫଳରେ ବର୍ତ୍ତମାନ ଅଖ୍ୟାତପଲ୍ଲୀ ଉଦୟପୁର ଖ୍ୟାତି ଲାଭ କରିଛି ରାଜ୍ୟ, ଦେଶ ଓ ଦେଶ ବାହାରେ ଏହି ତିନୋଟି ଅନୁଷ୍ଠାନ ପାଇଁ ଯାହା ହେଲା -"ବା‚ାନିଧି ପାଠାଗାର’, "ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଓ "ଯଦୁମଣି ସାହିତ୍ୟ ସଂସଦ’ । ପାଠାଗାରରେ ରହିଛି ଏକ ଲକ୍ଷରୁ ଅଧିକ ବିଭିନ୍ନ ଦେଶର ବିଭିନ୍ନ ଭାଷାର ପ୍ରାଚୀନ ଓ ଆଧୁନିକ ପୁସ୍ତକ, ପତ୍ରପତ୍ରିକା, ପୁରୁଣା ସମ୍ବାଦପତ୍ର, ପ୍ରସିଦ୍ଧ ବରପୁତ୍ରମାନଙ୍କ ଶତାଧିକ ଚିଠିପତ୍ର ଯାହା ଗବେଷଣା ପାଇଁ ଏକ ଖୋଲା କୋଠରୀ । ଦେଶ ବିଦେଶର ଡାକଟିକେଟ, କାଗଜନୋଟ, ମୁଦ୍ରାରେ ଶୋଭାପାଉଛି ସଂଗ୍ରହାଳୟଟି ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବହୁ ଦର୍ଶକଙ୍କ ସମାଗମରେ । ଏଥିରୁ ଯୁବ ପିଢ଼ି ବହୁତ କିଛି ଜାଣିବା ସହ ଶିଖିବା ଆବଶ୍ୟକ । ଯେପରି ଭବିଷ୍ୟତରେ ଏଇ ଓଡିଶା ମାଟିରୁ କିଛି "ଦାଶିଆ ଅଜା" ପରିଚୟ ସ୍ରୁଷ୍ଟି କରିବ । ବହୁବିଧ ଅସୁବିଧା, ଆର୍ଥିକ ସ୍ୱଛଳତାର ଅଭାବ ସତ୍ତ୍ୱେ୍ୱ ନିଜର ଦୃଢ ମନୋବଳ, ଇଛାଶକ୍ତି, କଠୋର ପରିଶ୍ରମ ଦ୍ୱାରା ସମାଜ ପାଇଁ ସେ ଯାହା କରି ଦେଖାଇଯାଇଛନ୍ତି ତାହା ଅବିସ୍ମରଣୀୟ । ଏହି ମହାନ ଆଦର୍ଶ ବ୍ୟକ୍ତିତ୍ୱଙ୍କ ଅପାସୋରା କଥା ମଧ୍ୟ ସ୍ଥାନ ପାଇଛି ଓଡ଼ିଶାରୁ ପ୍ରକାଶ ପାଉଥିବା ଉକ୍ତଳ ପ୍ରଦୀପରେ ଆଗାମୀ ପିଢି ପାଇଁ ।
ଏହି ମହାନ ସାଧକଙ୍କ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ ଏକ ଅପ୍ରତ୍ୟାଶିତ ଓ ରହସ୍ୟାବୃତ ପରିସ୍ଥିତିରେ ମୃତୁ୍ୟ ହେଇଥିଲା ତାଙ୍କ ଜୀବିତାବସ୍ଥାରେ ନିଜ ଦ୍ୱାରା ଲିଖିତ ଏକ ବାଣୀର ଯଥାର୍ଥତା ପ୍ରତିପାଦନ କରି ।
ତାଙ୍କର ସେହି ବାଣୀ ଥିଲା :---
 "କେହି ନ ଜାଣିବ, କେହି ନ ଦେଖିବ,  ନ କାନ୍ଦିବ ଥରେ କେହି,
  ଚାଲିଯିବି ଏକା, ଏତିକି ମାଗୁଣି,  ତୁମ ନାମ ଗାଇ ଗାଇ’ ।     (ଦାସିଆ)
ଏହି ପ୍ରବାଦ ପୁରୁଷଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଜ୍ଞାନାଲୋକ ସବୁଠି ପ୍ରସ୍ଫୁଟିତ ହେବାସହ ତାଙ୍କ କୃତି ଅକ୍ସଫୋର୍ଡ ପାଠ୍ୟକ୍ରମରେ ଯେପରି ସ୍ଥାନିତ ହେଇଛି ତାହା ସମସ୍ତ ଶିକ୍ଷାନୁଷ୍ଠାନରେ ଗ୍ରହଣ କଲେ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାଦାୟୀ ହେବ ।  
           ଶ୍ରୀହରି ବିହାର, ଜଟଣୀ. 
              ମୋ- ୯୪୩୭୪୨୬୦୩୯.