ଅମରେଶ୍ୱର ମହାଦେବ ରାସ୍ତା ଶୋଚନୀୟ 

 କେନ୍ଦ୍ରାପଡା:  କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୋପ ଠାରେ ଥିବା ଅମରେଶ୍ୱର ମହାଦେବ ମନ୍ଦିର ରାସ୍ତା ଶୋଚନୀୟ ହୋଇ ପଡିଥିବା ପୈାର ଅଧ୍ୟକ୍ଷା ସରିତା ସାହୁଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଅମରେଶ୍ୱର ମହାଦେବ ମନ୍ଦିରକୁ ଯିବାପାଇଁ ରାସ୍ତାରେ କାଦୁଅ ଓ ପାଣି ଜମି ରହିବା ଫଳରେ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ପାଇଁ ବିଜେପି ନଗର ଉପ ସଭାପତି ପଦ୍ମଲୋଚନ ମହାପାତ୍ର, ପ୍ରମୋଦ କୁମାର ନାୟକ, ରାଧାକାନ୍ତ ମାହୁନ୍ତ, ଆନନ୍ଦ ପ୍ରସାଦ ମହାନ୍ତି ପ୍ରମୁଖ ଦାବି କରିଛନ୍ତି ।