ଅଳ୍ପକେ ବର୍ତ୍ତିଲେ ଟ୍ରକ୍ଟର ଚାଳକ

 ସାଲେପୁର:  ଏକ ପୋଲ ଦେଇ କାଠ ବୋଝେଇ ଟ୍ରାକ୍ଟର ଯାଉଥିବାବେଳେ ପୋଲଟି ଭୁଶୁଡ଼ି ପଡିବାରୁ ଟ୍ରାକ୍ଟରଟି କେନାଲଭିତରକୁ ପଶିଯାଇଥିବାବେଳେ ଟ୍ରାକ୍ଟର ଚାଳକ ଅଳ୍ପକେ ମୃତୁ୍ୟମୁଖରୁ ବର୍ତ୍ତିଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ଅପରାହ୍ଣରେ ଏକ ଟ୍ରାକ୍ସର ଚାକୁଣ୍ଡା କାଠ ବୋଝେଇ କରି ଭାତପଡ଼ା ଗ୍ରାମ ନିକଟରେ ୪ନଂ କେନାଲ ଉପରେ ନିର୍ମିତ ପୋଲ ଦେଇ ମୁଖ୍ୟରାସ୍ତାକୁ ଯାଉଥିବାବେଳେ ପୋଲଟି ହଠାତ୍ ଭୁଷୁଡ଼ି ପଡିବାରୁ ଟ୍ରାକ୍ଟରଟି କେନାଲ ଭିତରକୁ ଅଧାଅଧି ଖସିପଡିଥିଲା । ତେବେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ଏହି ପୋଲଟି ଦୀର୍ଘଦିନ ହେବ ବିପଦ ସଂକୁଳ ଅବସ୍ଥାରେ ରହିଥିବାବେଳେ ଏହି ପୋଲ ଭଙ୍ଗାଯାଇ ନୂତନ ଭାବେ ନିର୍ମାଣ ପାଇଁ ନାନେ୍ଦାଳ ପଞ୍ଚାୟତ ସରପଞ୍ଚ ଜ୍ଞାନରଂଜନ ପଟ୍ଟନାୟକ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଅଦ୍ୟାବଧି ପୋଲଟି ନିର୍ମାଣ ହୋଇନାହିଁ । ତୁରନ୍ତ ଏହିଠାରେ ପୋଲ ନିର୍ମାଣ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।