ଅସହାୟ ମହିଳାଙ୍କ ଶବଦାହ କଲା ଭଗତ ସିଂ ଯୁବକ ସଂଘ

 ବ୍ୟାସନଗର: ସହିଦ ଭଗତ ସିଂ ଯୁବକ ସଙ୍ଘ ଜଣେ ଅସହାୟ ମହିଳାଙ୍କ ଶବଦାହ କରିଛି । ଧବଳଗିରି ହୁଡ଼ିସାହିରେ ଜନୈକା ଅସହାୟ ମହିଳାଙ୍କର ମୃତ୍ୟ ଘଟିଥିଲା । କାଉନସିଲର ଅଶୋକ ଦାଶ, ସମାଜସେବୀ ରୋମ୍ୟରଞ୍ଜନ ପୁହାଣ ସହିଦ ଭଗତ ସିଂ ଯୁବକ ସଂଘ ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କୁ ଖବର ଦେଇଥିଲେ । ଶ୍ରୀ ବିଶ୍ୱାଳ ଖବରପାଇ ସଙ୍ଗେ ସଙ୍ଗେ ହୁଡ଼ିସାହିରେ ପହଞ୍ଚô ହିନ୍ଦୁ ରୀତିନୀତିରେ ମହିଳାଙ୍କର ଶବ ସଂସ୍କାର କରାଇଥିଲେ । ଏହି ମହାନ କାର୍ଯ୍ୟରେ ସଙ୍ଘର ସମ୍ପାଦକ ହେମନ୍ତ ଧୀର, ଟୁନା ସେଠି, ରଘୁନାଥ ଦାଶ, ଅରୁଣ ପ୍ରତାପ ସିଂ, ରମାକାନ୍ତ ଦାଶ, ସୁଜିତ ନନ୍ଦ, ଲକ୍ଷ୍ମଣ ତିରିଆ, ଶଙ୍କର ମୁଣ୍ଡା, ସୁର ସିଂ, ଜୟ ସିଂ, ଜୟା ବେହେରା, ରଙ୍ଗନାଥ ଦାଶ, ଅଭିମନୁ୍ୟ ପାତ୍ର ସମେତ ଅନ୍ୟମାନେ ସହଯୋଗ କରିଥିଲେ ।