ଅହମ୍ମଦାବାଦରେ ଆଇପିଏଲ୍ ଫାଇନାଲ୍
ନୂଆଦିଲ୍ଲୀ : ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍ ଜୁନ୍ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହାସହ କ୍ୱାଲିଫାୟର୍-୨ ଟୁର୍ଣ୍ଣାମେଣ୍ଟ ମଧ୍ୟ ଏହି ଷ୍ଟାଡିୟମ୍ରେ ଖେଳାଯିବାକୁ ଘୋଷଣା କରିଛି ବିସିସିଆଇ । ସେହିପରି କ୍ୱାଲିଫାୟର-୧ ପଞ୍ଜାବର ମୁଲାନପୁର ଷ୍ଟାଡିୟମ୍ ଖେଳାଯିବ ବୋଲି ଘୋଷଣା ହୋଇଛି । ଏହା ବ୍ୟତୀତ, ମେ ୩୦ ତାରିଖରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍ ମଧ୍ୟ ନୁ୍ୟ ଚଣ୍ଡିଗଡ଼ର ମୁଲାନପୁରରେ ଆୟୋଜିତ ହୋଇପାରେ ବୋଲି କୁହାଯାଉଛି । ମଙ୍ଗଳବାର ଏକ ଲମ୍ବା ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ ଫାଇନାଲର ସ୍ଥାନ ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି । ମୂଳ ସିଡୁ୍ୟଲ ଅନୁସାରେ ଫାଇନାଲ ମ୍ୟାଚ କୋଲକାତାର ଇଡେନ ଗାଡେନ୍ସଠାରେ ଓ ପ୍ରଥମ କ୍ୱାଲିଫାୟର ହାଇଦ୍ରାବାଦରେ ହେବାର ଥିଲା । କିନ୍ତୁ ସେତେବେଳକୁ ଏସବୁ ସହରରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ଥିବାରୁ ବିସିସିଆଇ ଏଥିରେ ପରିବର୍ତ୍ତନ କରିଛି ।