ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବାମଦଳ


 ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚôଛି । ଏହା ସଂପୂର୍ଣ୍ଣ ମନୁଷ୍ୟକୃତ ଏବଂ ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ । ସରକାର ଓ ପ୍ରଶାସନର ଅବହେଳାରୁ ୩ଜଣ ନିରୀହ ଲୋକଙ୍କର ପ୍ରାଣହାନି ଘଟିଛି । ରଥଯାତ୍ରା ଦିନ ୭୫୦ରୁ ଊଦ୍ଧ୍ୱର୍ ଲୋକ ଆହତ ହେବା ସହ ୫୦ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଆହୁରି ବହୁ ଆହତ ସରକାରୀ ଡାକ୍ତରଖାନା ଯାଇପାରିନାହାନ୍ତି । ଏହିସବୁ ଅଘଟଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ରଥ ଚାରିପଟେ ଥିବା କର୍ଡ଼ନ୍ ମଧ୍ୟକୁ ବେଆଇନ ଭାବେ ବିଜେପି ମନ୍ତ୍ରୀ ଓ ନେତାମାନେ ଉପସ୍ଥିତ ରହିବା ସହ ସେମାନଙ୍କର ଓ ଆର୍ଏସ୍ଏସ୍ ନେତାଙ୍କର ପରିଚିତ ବହୁ ଅଧିକ ବ୍ୟକ୍ତି ପ୍ରବେଶ ଫଳରେ ଅଧିକ ଲୋକ ରଥ ·ରିପଟେ ଘେରି ରହିଲେ । ଫଳରେ ବିପର୍ଯ୍ୟୟ ଘଟିଲା । ସରକାର ୧୦,୦୦୦ ପାସ୍ କାହିଁକି ପ୍ରଦାନ କରିଥିଲେ । ଏହା ରଥଯାତ୍ରା ନା ପାର୍ଟି ଯାତ୍ରା ବୋଲି ସିପିଆଇ(ଏମ୍) ପ୍ରଶ୍ନ କରିଛି । ଆଇନମନ୍ତ୍ରୀ ପୂର୍ବରୁ ଆସ୍ଫାଳନ କରୁଥିଲେ ଯେ ରଥଯାତ୍ରା ବିନା କୌଣସି ବାଧାବିଘ୍ନରେ ସୂଚାରୁରୂପେ ସମ୍ପନ୍ନ ହେବ । ତାହା ଆଜି ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଏଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବାମପନ୍ଥୀ ଦଳପକ୍ଷରୁ ଦାବି କରାଯାଇଛି ।