ଆକ୍ରମଣ ଅଭିଯୁକ୍ତ କୋର୍ଟ ଚାଲାଣ
ଯାଜପୁର ସଦର ଥାନା ଉପର ବରୁଆଁ ପଞ୍ଚାୟତର କଚେରୀଗାଁରେ ଚୋରା ବାଲି ଉତୋଳନକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ଜଣଙ୍କ ମଧ୍ୟରୁ ପୁଲି ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ନାୟକକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ପ୍ରକାଶ ଥାଉକି ଖରାସ୍ରୋତା ନଦୀର କଚେରୀ ଗାଁ ନଦୀଘାଟରୁ ଦୀର୍ଘ ୨୦ ବର୍ଷ ହେବ ଜନୈକ ବ୍ୟକ୍ତି ବାଲି ଲୁଟ କରୁଥିବା ବେଳେ ସେହି ଗ୍ରାମର ତପନ ଲେଙ୍କା ନାମକ ଜଣେ ଯୁବକ ନିଜ ଘର କାମ ପାଇଁ ସଂପୃକ୍ତ ବାଲି ମାଫିଆଙ୍କ ରାସ୍ତାକୁ ବ୍ୟବହାର କରି ବାଲି ଉତୋଳନ କରିବାରୁ ତାଙ୍କୁ ସେହି ବାଲି ମାଫିଆ ସପରିବାର ଓ ତାଙ୍କ କର୍ମଚାରୀ ଠେଙ୍ଗା ଓ ଭୁଜାଲି ଧରି ଆକ୍ରମଣ କରି ଗୁରୁତର କରିଥିଲେ ।