ଆଖୁ ଚାଷ ଫସଲ ନେଇ ତାଲିମ ଶିବିର
ଆସିକା : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି ବିଭାଗ ପକ୍ଷରୁ ଆସିକା ବ୍ଲକ କୃଷି କାର୍ଯ୍ୟାଳୟ ସଭାଗୃହରେ ଆଖୁ ଚାଷୀଙ୍କ ଦକ୍ଷତା ବୃଦ୍ଧି ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚିନି ଶିଳ୍ପର ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, ଚିନି ଶିଳ୍ପର କେନ ମେନେଜର ପ୍ରଶାନ୍ତ ପାଢ଼ୀ,ଆସିକା ବ୍ଲକ କୃଷି ଅଧିକରୀ ବାସୁଦେବ ସାହୁ, ଶୁଭେଦା ମିଶ୍ର, ସିଡିଏସ ଅମିତ ବିଶ୍ୱାଳ, ଲଲାଟେନ୍ଦୁ ସ୍ୱାଇଁ, ସୁଶାନ୍ତ ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଜ୍ଞାନ କୌଶଳ ପଦ୍ଧତି ବିନିଯୋଗ କରି ଆଖୁଚାଷ କରିବା ପ୍ରଣାଳୀ, ମୂଳି ଆଖୁ ପରିଚାଳନା, ବିହନ ଉତ୍ପାଦନ କାର୍ଯ୍ୟକ୍ରମ, ଅଧିକ ଆଖୁ ଉତ୍ପାଦନ ପ୍ରଣାଳୀ, ସଅଳ ଆଖୁଚାଷ,ଜଳ ସେଚନର ବହୁଳ ବ୍ୟବହାର, ମୃତ୍ତିକା ପରୀକ୍ଷା, ଠିକ ସମୟରେ ରୋଗ ପୋକ ନିୟତ୍ରଣ ନିମନ୍ତେ ଜୈବିକ ଓ ରାସାୟନିକ ସାରର ପ୍ରୟୋଗ, ବନ୍ୟଜନ୍ତୁରୁ ରକ୍ଷା ପାଇଁ କିଭଳି ପଦକ୍ଷେପ ନେବା, ବ୍ୟାଙ୍କରୁ କମ ଦରରେ ଋଣ ପ୍ରଦାନ, ଉପରେ ଧାରଣା ପ୍ରଦାନ କରାଯାଇଥିଲ ।