ଓଏଭି ଶାଳପଡ଼ାର ଶତପ୍ରତିଶତ ସଫଳତା
ଆନନ୍ଦପୁର: ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶାଳପଡ଼ା ଆନନ୍ଦପୁରର ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଆଜି ସିବିଏସଇ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ବିଦ୍ୟାଳୟର ମୋଟ ୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୯ ଜଣ ଛାତ୍ରଛାତ୍ରୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ସେମାନଙ୍କ ମଧ୍ୟରେ ଛାତ୍ର ପ୍ରତୁ୍ୟଷ ସାହୁ ୯୭.୨୦% ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀରେ ମୋଟ ୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୫୫ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ପାସ୍ ହାର ୯୩.୨୨% ରହିଛି । ସେମାନଙ୍କ ମଧ୍ୟରୁ ୪୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ଛାତ୍ରୀ ଲୋରାଶ୍ରୀ ବେହେରା ୯୬.୬୦% ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ମଧ୍ୟ ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୌମ୍ୟରଞ୍ଜନ ବେହେରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନ