ଆଜି ‘ସୁଭଦ୍ରା ଶକ୍ତି’ ଆଲୋଚନାଚକ୍ର
ବ୍ୟାସନଗର: ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ପତ୍ର ‘କଳିଙ୍ଗନଗର ବୁଲେଟିନ୍’ ପକ୍ଷରୁ ଚଳିତ ମାସ ୨୭ ତାରିଖ ରବିବାର ଅପରାହ୍ନ ୪ଘଟିକା ସମୟରେ ହୋଟେଲ ରୟାଲ କଳିଙ୍ଗ ଠାରେ ସାଧାରଣ ମହିଳାଙ୍କ ସାମର୍ଥ୍ୟରେ ‘ସୁଭଦ୍ରା’ ଶକ୍ତି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲିକ, କୋରେଇ ବିଧାୟକ ଆକାଶ ଦାସନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଡ଼.ମନିଶାଦାସ ପଟ୍ଟନାୟକ, ସ୍ନିଗ୍ଧା ନାୟକ, ଅଧ୍ୟାପିକା ଓଡ଼ିଆ ବିଭାଗ,ଚିତ୍ରୋତ୍ପଳା ମହିଳା କଲେଜ କେନ୍ଦ୍ରାପଡ଼ା ପ୍ରମୂଖ ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ୬ ଜଣଙ୍କୁ ପ୍ରତିଭା ସମ୍ମାନ କରାଯିବ ବୋଲି ସଂପାଦକ ହାରାଧନ ବାନାର୍ଜୀ ସୂଚନା ଦେଇଛନ୍ତି ।