ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ ବିଜୟ ଦିବସ
ଆନନ୍ଦପୁର,: ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସବ୍ ରେଜିଷ୍ଟ୍ରାର ଅଫିସ୍ ସମ୍ମୁଖରେ ବିଜୟ ଦିବସ ପାଳିତ ହୋଇଯାଇଛି । ଅନୁଯାୟୀ ସାଇଁକୁଳ ଠାରେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ କରାଇ ନଦେବା ପାଇଁ ବିଦ୍ରୋହୀ ମାନେ ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ । ମାତ୍ର ଆଞ୍ଚଳିକ ନାଗରିକ ମଞ୍ଚର ଉଦ୍ୟମ ଯୋଗୁଁ ସବ୍ ରେଜିଷ୍ଟ୍ରାର କାର୍ଯ୍ୟଳୟ ସାଇଁକୁଳ ଠାରେ ସ୍ଥାପନ କରାଯାଇଥିଲା । ଏହି ଦିନକୁ ସ୍ମରଣୀୟ ରଖିବା ପାଇଁ ଆଜିର ଦିନକୁ ବିଜୟ ଦିବସ ରୂପେ ପାଳିତ କରାଯାଉଛି । ଆଞ୍ଚଳିକ ନାଗରିକ ମଞ୍ଚର ସଭାପତି ଅନନ୍ତ ଚରଣ ସ୍ୱାଇଁଙ୍କ ତତ୍ୱାବଧାନରେ ପାଳିତ କାର୍ଯ୍ୟକ୍ରମରେ ନାଗରିକ ମଞ୍ଚରେ ଜଡିତଥିବା ପନ୍ଦର ଗୋଟି ପଞ୍ଚାୟତର ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଅତିଥି ଭାବେ ନିର୍ମଳ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ଚକ୍ର, ସସ୍ମିତା ପଟ୍ଟନାୟକ, ଦୁଷ୍ମନ୍ତ ଜେନା, ବିପିନ୍ ବିହାରୀ ମାଝୀ, ଗୌରାଙ୍ଗ ବେହେରା, ବିମ୍ବାଧର ସାମଲ ଯୋଗ ଦେଇଥିବା ବେଳେ ବ୍ରହ୍ମାନନ୍ଦ ପଟ୍ଟନାୟକ ଏବଂ ମାର୍କଣ୍ଡ ସାମଲ ମଞ୍ଚ ପରିଚାଳନା କରିଥିଲେ । ସେହିପରି ସପ୍ତାହରେ ତିନିଦିନ ଏଠାରେ କାର୍ଯ୍ୟଳୟ ଖୋଲା ରହୁଥିବା ବେଳେ କିପରି ଏହି କାର୍ଯ୍ୟାଳୟ ସବୁଦିନ ଖୋଲା ଯାଇ ପାରିବ ସେନେଇ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ସଭାପତି କହିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ଅବସରପ୍ରାପ୍ତ ସେନା ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ, ଚିତରଞ୍ଜନ ପରିଡ଼ା, ଅଶୋକ ଘଡେଇ, ବିଷ୍ଣୁ ସାମଲ, ବ୍ରହ୍ମା ସାମଲ, ପ୍ଲାବନ୍ ପରିଡ଼ା, ବିକାଶ ଚକ୍ର, ହାଡ଼ିବନ୍ଧୁ ପରିଡ଼ା, ତ୍ରିଲୋଚନ ପରିଡ଼ା ସହଯୋଗ କରିଥିଲେ । ପରିଶେଷରେ ଧରଣୀଧର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।