ଆତ୍ମରକ୍ଷା ତାଲିମ କର୍ମଶାଳା 

 ତାଳଚେର :ଡିଏଭି ଜଗନ୍ନାଥ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆତ୍ମରକ୍ଷା କୌଶଳ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୁଇଜଣ ଅଭିଜ୍ଞ ପ୍ରଶିକ୍ଷାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ନିଜର ସୁରକ୍ଷା ସମ୍ବନ୍ଧରେ ଅବଗତ କରାଇଥିଲେ । ବିପଦ ସମୟରେ ନିଜକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆବଶ୍ୟକ କୌଶଳ ସ୍ୱରୂପ ହାତ ଓ ପାଦର ସଂଚାଳନ, ବିପଦମୂଳକ ସ୍ଥାନରୁ ପଳାୟନ କରିବାର କୌଶଳ ତଥା ନିଜକୁ ଆକ୍ରମଣକାରୀ କବଳରୁ ବଞ୍ଚାଇବାର କୌଶଳ ସମ୍ପର୍କରେ ଶିକ୍ଷା ଦେଇଥିଲେ । ବିଦ୍ୟାଧ୍ୟାୟନ ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ସାହସୀ ତଥା ଆତ୍ମରକ୍ଷା କରିବାର କଳାରେ ପାରର୍ଦଶିତା ଲାଭ କଲେ ସମାଜ ଶୃଙ୍ଖଳିତ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟସ୍ତରରେ ଏଭଳି ତାଲିମ ଶିବିର ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଅଭିବୃଦ୍ଧି ସହିତ ଜୀବନ ଦକ୍ଷତାର ବିକାଶ ନିମନ୍ତେ ନେଇଥିବା ଏହି ଅଭିନବ ପ୍ରୟାସ ପାଇଁ ଅଭିଭାବକମାନେ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।