୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

  ତାଳଚେର:  ତାଳଚେର ପଞ୍ଚାୟତ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି ଖାଦାନ କଳକାରଖାନା ଭିତରେ କାର୍ଯ୍ୟରତ କମ୍ପାନୀ ସାଇଲୋ, ସିକୁ୍ୟରିଟି ସଂସ୍ଥା, ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର ନମ୍ବର ରହିବା ଓ ଅଞ୍ଚଳବାସୀଙ୍କ ଗମନାଗମନ ଜନିତ ସମସ୍ୟା ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି । 
ତାଳଚେର ଉପଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ କହିଲେ ଅତୁ୍ୟକ୍ତି ହେବନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ଚାଷ ଜମି, ବାସ ଜମି ଆଦି ଉପରେ କଳକାରଖାନା ନିର୍ମାଣ, କୋଇଲା ଖଣି ପ୍ରତିଷ୍ଠା ହେଲା, କିନ୍ତୁ ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ଆଶାନୁରୂପ ହୋଇପାରି ନାହିଁ କି ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥôକ ଅଭିବୃଦ୍ଧି ଘଟି ପାରିନାହିଁ । ତେବେ ଅଞ୍ଚଳବାସୀଙ୍କ ଗମନାଗମନ, ବେରୋଜଗାରକୁ ନେଇ ବିଭିନ୍ନ ସମୟରେ ଏ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ପାଇପାରି ନାହାଁନ୍ତି । ଯଦ୍ୱାରା ଦିନ ପ୍ରତିଦିନ ତାଳଚେର ମଧ୍ୟରେ ବେକାରୀ ସମସ୍ୟା ଉକ୍ରଟ ରୂପ ନେଉଥିବା ବେଳେ ଖଣି କଳକାରଖାନା ଭିତରେ ନିଯୁକ୍ତି ବିକ୍ରି ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି । ଏଥିସହିତ ରାଜରାସ୍ତା ଉପରେ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି । ଫଳରେ ଅକାରଣରେ ସାଧାରଣ ଜନତା ଜୀବନ ହାରୁଛନ୍ତି ବୋଲି ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି । ସେହିପରି ଶିକ୍ଷିତ ଯୁବକ ଯୁବତୀ, କୁଶଳୀ, ଅର୍ଦ୍ଧ କୁଶଳୀ, ଅଣ କୁଶଳୀ ଯୁବବର୍ଗ ଉପକୃତ ହେବା ପାଇଁ ଲୋକାଲ ରିକ୍ରୁ୍ୟଟମେଣ୍ଟ ଅଫିସ ଖୋଲାଯାଇ ତାହାର ସମସ୍ତ ଦାୟିତ୍ୱ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ବାହ କରିବା । ୧୪୯ ନମ୍ବର ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବହ୍ଲର ଦେଇ ବଅଁରପାଳ ଯାଏଁ ଚାରିଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ ଟଙ୍କା ମଞ୍ଜୁରୀ ପାଇଥିଲେ ମଧ୍ୟ ଏନ୍ଏଚଏଆଇ ଟେଣ୍ଡର ଉପରେ ଟେଣ୍ଡର ଡାକୁଛନ୍ତି କିନ୍ତୁ କାର୍ଯ୍ୟାରମ୍ଭ ହୋଇ ପାରୁନାହିଁ । ଏଣୁ ଟେଣ୍ଡର ଖୋଲିବା ପୂର୍ବରୁ ଅଧିଗ୍ରହଣ କାର୍ଯ୍ୟ ଏବଂ ପେମେଣ୍ଟ ସାରି ସ୍ଥାନୀୟ ସମସ୍ୟାରେ ସମାଧାନ ଆଣିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଉ । ତାଳଚେର ଉପଖଣ୍ଡବାସୀଙ୍କ ଉପରୋକ୍ତ ସମସ୍ୟା ଗୁଡିକୁ ହୃଦୟଙ୍ଗମ କରି ଅନୁଗୋଳ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କଲେ ନିଶ୍ଚିନ୍ତ ଭାବେ ତାଳଚେର ଯୁବପିଢ଼ୀ ସମେତ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଜନବିକାଶ କଲ୍ୟାଣ ସଂଘର ସଭାପତି ଭୁପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, ଜିତେନ୍ଦ୍ର ମହାପାତ୍ର, କୈଳାସ ବେହେରା, ଦିବ୍ୟରଞ୍ଜନ ବାରିକ, ହିମାଂଶୁ ଶେଖର ମିଶ୍ର, କିଶୋର କୁମାର ସାହୁ,ଗଗନ ବିହାରୀ ଦାସ, ଭାଗିରଥୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।