ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ
ନୂଆପଡା: ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନର ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦଯାପନ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଚାଲୁଥିବା ଉକ୍ତ ଶିବିରକୁ ଅଧ୍ୟାପିକା ଧଙ୍ଗଡା ମାଝୀ ଓ ସ୍ୱପ୍ନା ପ୍ରଧାନୀ ପରିଚାଳନା କରୁଥିଲେ. ପ୍ରଶିକ୍ଷିକା ହିସାବରେ ପଲ୍ଲବୀ ବାଗ ଓ ଇତିଶ୍ରୀ ସା ସହଯୋଗ ଦେଇ ତାଲିମ ପ୍ରଦାନ କରୁଥିଲେ । ଆଦ୍ୟ ଉଦଯାପନୀ ଉସôବରେ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆତ୍ମ ସୁରକ୍ଷା ସମସ୍ତ ଝିଅ ମାନଙ୍କ ପାଇଁ ଅନିର୍ୱାର୍ଯ୍ୟ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଶି କେଶନ ପଣ୍ଡା ଓ ବକ୍ତା ରୂପେ ପ୍ରାଧ୍ୟାପକ ଗୟାଧର ମହାନ୍ତି ଉପସ୍ଥିତ ଥିଲେ. ସେହିପରି ଅଧ୍ୟାପିକା ସନମତି ମହାନନ୍ଦ, ଭୂମିସୁତା ନାଗ, ଅଧ୍ୟାପକ ଦେବାଶିଷ ଦଣ୍ଡସେନା, ସ୍ୱପ୍ନେଶ୍ୱର ବେହେରା ପ୍ରମୁଖ ମଞ୍ଚÿାସୀନ ଥିଲେ । ଅଧ୍ୟାପିକା ଦୀପାନ୍ତି ଧଙ୍ଗଡାମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ସ୍ୱପ୍ନା ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ ।