ଆଦର୍ଶ ଅଧ୍ୟାପକ ଭାସ୍କର ନାୟକଙ୍କ ଦେହାନ୍ତ

 ନୀଳଗିରି: ନୀଳଗିରିର ଜଣେ ଆଦର୍ଶ ଅଧ୍ୟାପକ ଭାସ୍କର ନାୟକଙ୍କ ମଙ୍ଗଳବାର ଦିନ ପରଲୋକ ଗମନ କରିଛନ୍ତି । ଶ୍ରୀ ନାୟକ ଦେଢ଼ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ ନୀଳଗିରି ସ୍ଥିତ ବାସଭବନରେ  ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୦ବର୍ଷ ହୋଇଥିଲା । ଅଧ୍ୟାପକ ଜୀବନରେ ସେ ମିତ୍ରପୁର କଲେଜ ନୀଳଗିରି କଲେଜରେ ବହୁ ବର୍ଷ ଧରି ଜଣେ ଅଧ୍ୟାପକ ଭାବେ ବେଶ୍ ଜଣାଶୁଣା ଥିଲେ । ଅନେକ ଛାତ୍ର ଛାତ୍ରୀଙ୍କୁ ଆଦର୍ଶ ଅଧ୍ୟାପକ ଭାବେ ମଣିଷ ରୂପେ ସମାଜରେ ପ୍ରତିଷ୍ଠିତ କରିଛନ୍ତି । ତାଙ୍କ ନିକଟରେ ବନ୍ଧୁ ବାନ୍ଧବ, ପୁତ୍ର ସନ୍ତାନ, ପୁତ୍ରବଧୂ ପରିବାର ଲୋକେ ଉପସ୍ଥିତ ଥିଲେ । ମର ଶରୀରକୁ ତାଙ୍କର ଜନ୍ମ ମାଟି କାଣ୍ଡଗରଡି ପଞ୍ଚାୟତର ବାରା କୋଇଲି ଗ୍ରାମରେ ଶବ ଦାହ କରାଯାଇଛି ।