ଶୌଚାଳୟରେ ତାଲା : ଜିଲ୍ଲାପାଳ ମହୋଦୟା ଅବଗତ ଅଛନ୍ତି କି?

 ଯାଜପୁର ସଦର : ସ୍ୱଚ୍ଛ ଭାରତ ଯୋଜନା ଭାରତ ସରକାରଙ୍କ ଡ଼୍ରିମ ଯୋଜନା ବୋଲି କୁୂହାଯାଇପାରେ । ସରକାର ସ୍ୱଚ୍ଛ ଭାରତ ଯୋଜନା ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କା ବିନିଯୋଗ କରିଚାଲିଛନ୍ତି । ସ୍ୱଚ୍ଛ ଭାରତ ଯୋଜନାକୁ ଘରେ ଘରେ ପହଁଚାଇବାକୁ ପ୍ରଚାର ପ୍ରସାର କରୁଛନ୍ତି । ଯାହାର ଦାୟିତ୍ୱ ସରକାରୀ କର୍ମଚାରୀଙ୍କ ଉପରେ ନ୍ୟସ୍ତ ରହିଛି । ହେଲେ ଯାଜପୁର ଜିଲାରେ ସ୍ୱଚ୍ଛ ଭାରତ ଯୋଜନା ପ୍ରଚାର ପ୍ରସାର ଦାୟୀତ୍ୱ ମୁଣ୍ଡାଇଥିବା ଜିଲା ପ୍ରଶାସନୀକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମାରେ ଅବସ୍ଥିତ କଲେକ୍ଟରିଏଟ୍କୁ ଆସୁଥିବା ପ୍ରଜାଙ୍କ ନିମନ୍ତେ ନିର୍ମିତ ଶୈାଚାଳୟ ସେବାରେ ଲାଗିବା ବଦଳରେ ତାଲା ପଡ଼ିରହିଛି । ଯାହା ଫଳରେ ବିଭିନ୍ନ ସମୟରେ ମହିଳା ହୁୁଅନ୍ତୁ କି ପୁରୁଷ ପ୍ରଜା ଶୈାଚ କରିବାରୁ ବଞ୍ଚôତ ରହୁଛନ୍ତି । କଲେକ୍ଟରିଏଟ୍ରେ ଥିବା ସବ୍ ରେଜିଷ୍ଟ୍ରାର ଅଫିସ ପାର୍ଶ୍ୱରେ ମହିଳା ଓ ପୁରୁଷଙ୍କ ନିମନ୍ତେ ଦୁଇ ଗୋଟି ଶୌଚାଳୟ ରହିଛି । ହେଲେ ଉକ୍ତ ଶୌଚାଳରୁ ତାଲା ଖୋଲୁନି । ଯେତେ ବେଳେ ଦେଖିବ ସେତେ ବେଳେ ତାଲା ପଡ଼ି ରହିଛି । ଯାଜପୁର ଜିଲା ସଦର ମହକୁମା ଠାରେ ବିଭିନ୍ନ ପ୍ରକାରର ସରକାରୀ କାର୍ଯ୍ୟ ପାଇଁ ଜିଲାର କୋଣ ଅନୁକୋଣରୁ ଆସିଥାନ୍ତି ହଜାର ହଜାର ସଂଖ୍ୟାର ପ୍ରଜା । ଦୈନନ୍ଦିନ କାର୍ଯ୍ୟାବଳୀ ଝାଡ଼ା ହେଉ କି ପରିସ୍ରା ପାଇଁ ଦୁଇ ଗୋଟି ଶୌଚାଳୟ  କରାଯାଇଥିଲା । ହେଲେ ଉକ୍ତ ଶୌଚାଳୟ ଚାବି ପକାଇ ରଖାଯାଇଛି । ଦୈନିକ ସରକାରୀ ବଡ଼ବଡ଼ିଆ ଅଧିକାରୀ ସେହି ପଟେ ଯିବା ଆସିବା କରୁଥିବା ବେଳେ କାହାରି ନଜର ନପଡ଼ିବା ପ୍ରଜାଙ୍କୁ ବ୍ୟଥିତ କରିଛି । ଶୌଚାଳୟରେ ତାଲା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୟସ୍କ ମହିଳା ଓ ପୁରୁଷ । କାରଣ ବିଭିନ୍ନ ପ୍ରକାରର ରୋଗର କାରଣବସତ ବାରମ୍ବାର ପରିସ୍ରା ମାଡିଲା କ୍ଷଣି ଶୌଚାଳୟ ଯିବାକୁ ବାହାରିଥାନ୍ତି । କେଉଁ ପରିସ୍ଥିତିରେ ଏପରି ନିଷ୍ପତି ନିଆଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଜିଲାପାଳ ମହୋଦୟା ଏସଂପର୍କରେ ଅବଗତ ଅଛନ୍ତି କି? ପ୍ରଜାଙ୍କ ଆବଶ୍ୟକତା ଦୃଷ୍ଟିରୁ ଶୌଚାଳୟରେ ପଡିଥିବା ତାଲା କେବେ ଫିଟୁଛି, ତାହା ଦେଖିବାର ଅଛି ।