ଆଦିବାସୀ ଗାଁ ରାସ୍ତା ନିର୍ମାଣକୁ ବିରୋଧ
ଯାଜପୁର: ମନରେଗା ଯୋଜନାରେ ଆଦିବାସୀ ସାହିକୁ ରାସ୍ତା ନିର୍ମାଣ ଏବଂ ଖେଳ ପଡ଼ିଆ କରୁଥିବା ବେଳେ, କେତେକ ଯୁବକ କାର୍ଯ୍ୟକୁ ବିରୋଧ କରିବା ସହ ଗାଳିଗୁଲଜ କରିବା ଭଳି ଅଭିଯୋଗ ବ୍ଲକ ଏବଂ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ସୁକିନ୍ଦା ବ୍ଲକ୍ ଖରଡ଼ି ଗ୍ରାମ ନାଉପାଳ ସାହିର ଉମା ମୁଣ୍ଡା, ଲକ୍ଷ୍ମୀଧର ମୁଣ୍ଡା, ବଳିଆ ମୁଣ୍ଡା, ଦାସ ମୁଣ୍ଡା, ସିଲାଏ ମୁଣ୍ଡା, ବାବୁଲି ମୁଣ୍ଡା. ବିକ୍ରମ ମୁଣ୍ଡା, ଲୋକନାଥ ସିଙ୍କୁ ପ୍ରମୁଖ ଆଦିବାସୀ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି କି ସେମାନଙ୍କ ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ଏବଂ ଖେଳପଡ଼ିଆ ନଥିବାରୁ ନାଏବ ସରପଂଚ ଏବଂ ଉନ୍ନୟନ ଅଧିକାରୀ ବୈଠକ କରି କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେବା ସହ କାର୍ଯ୍ୟ କିଭଳି ହେବ ତାହା ଜଣାଇଥିଲେ । ଦୁଇଟି କାମ ପାଇଁ ଦୁଇଟି ସୂଚନା ଫଳକ ଲଗାଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରମର୍ଶ ଭିତିରେ ଦୁଇଗୋଟି ଫଳକ ଲଗାଇ ସାରିବା ପରେ ଖରଡ଼ି ଗ୍ରାମର ୪ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଫଳକକୁ ଭାଙ୍ଗିବାକୁ ଧମକ ଦେଇ କାମକୁ ବିରୋଧ କରିଥିଲେ । ମନରେଗା ଯୋଜନାରେ କାମ କରି ଶ୍ରମ ବାବଦରେ ମଜୁରୀ ପାଇବା ସହ ଭଲ ରାସ୍ତାରେ ଚାଲିପାରିଥାନ୍ତୁ । ଅଭିଯୋଗ କରିଥିବା ଗ୍ରାମବାସି ବିଡ଼ିଓ ଏବଂ ପୁଲିସ ଠାରୁ ନ୍ୟାୟ ଭିକ୍ଷା କରିଛନ୍ତି ।