ବିଜେପିର ମିଶ୍ରଣ ପର୍ବ

 ଦଶରଥପୁର:  ମଙ୍ଗଳପୁର ବିଜୁକଲ୍ୟାଣ ମଣ୍ଡପ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦଶରଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ରବି ନାରାୟଣ ବେହେରା, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, କୋରେଇ ପ୍ରଭାରୀ ସୁବାସ ମହାନ୍ତି, ଦଶରଥପୁର ବ୍ଲକ୍ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଜିଲ୍ଲା ସମ୍ପାଦକ ସୁରଜଲାଲ ସାମଲ, ବିଞ୍ଝାରପୁର ବ୍ଲକର ବରିଷ୍ଠ ବିଜେପି ନେତା ନିରଞ୍ଜନ ବେହୁରିଆ, ମଙ୍ଗଳପୁର ପଞ୍ଚାୟତର ଯୁବନେତା ପ୍ରମୋଦ ପଣ୍ଡା, ଯୁବମୋର୍ଚ୍ଚା ନେତା ସତ୍ୟଜିତ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ମିଶ୍ରଣ ପର୍ବରେ ଯାଜପୁର ନିର୍ବାଚନ ମଣ୍ଡଳୀ ତରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲଷ୍ମୀଧର ସାହୁଙ୍କ ନେତୃତ୍ୱରେ ୫୦୦ରୁ ଅଧିକ ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ନିଜାମପୁର ସରପଞ୍ଚ ଐର ଖାରବେଳ ଦାସଙ୍କ ନେତୃତ୍ୱରେ ୨୦୦ରୁ ଅଧିକ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ସେହିପରି ବିରିପଟା, ଜାଫରପୁର, ଦଶରଥପୁର ପଞ୍ଚାୟତର ପ୍ରାୟ ଶହେରୁ ଅଧିକ ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ନୂତନକରି ଦାୟିତ୍ୱ ନେଇଥିବା ୪,୫, ୬, ୭ ନମ୍ବର ଜୋନର ମଣ୍ଡଳ ସଭାପତି ମାନଙ୍କୁ ମିଶ୍ରଣ ପର୍ବରେ ସମ୍ବର୍ଦ୍ଧିତ କରାଯାଇଥିଲା ।