ଆଦିବାସୀ ଭବନ ଉଦ୍ଘାଟିତ 

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଗଣ୍ଡ ବାନେ୍ଦାପଲା ଗ୍ରାମରେ ଆଦିବାସୀ ଭବନ ଗୃହ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ମୁଖ୍ୟଅତିଥି, ସମ୍ମାନିତଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟସଭା ସାଂସଦ ସୁଜିତ୍ ସେଠ୍, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଅଧ୍ୟକ୍ଷ ଗଙ୍ଗାଧର ମାଝୀ, କଳାହାଣ୍ଡି ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ସମ୍ପାଦକ ଋତୁରାଜ ମାଝୀ ସମେତ ଆଦିବାସୀ ସମାଜର କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଦିବାସୀ ସମାଜକୁ ତାଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ।