ଆଦିବାସୀ ସଂଗଠନର ଚେତାବନୀ : "କୁକି-ଜୋରେ ଗମନାଗମନ ମନା'
ଗୌହାଟୀ : ମଣିପୁରର କୁକି-ଜୋ ସଂଗଠନ କମିଟି ଅନ୍ ଟ୍ରାଇବଲ୍ ୟୁନିଟି (କୋଟୁ) କହିଛି ଯେ କୁକି-ଜୋ ଅଞ୍ଚଳରେ ସମ୍ପ୍ରଦାୟର ଆକାଂକ୍ଷାକୁ ସମ୍ମାନ ଜଣାଇ ଏକ ସଂକଳ୍ପ ନ ଆସିବା ପର୍ଯ୍ୟନ୍ତ କୌଣସି ମୁକ୍ତ ଗମନାଗମନକୁ ଅନୁମତି ଦିଆଯିବ ନାହିଁ । ସୋମବାର ଏକ କାର୍ଯ୍ୟକ୍ରମରେ ଗୃହୀତ ହୋଇଥିବା ଆଠ ସୂତ୍ରୀ ସଂକଳ୍ପ ପତ୍ରର ଏକ ଅଂଶ ବିଶେଷ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୮ରୁ ମଣିପୁରର ସମସ୍ତ ରାସ୍ତାରେ ଲୋକଙ୍କ ପାଇଁ ଅବାଧ ଗମନାଗମନ ସୁନିଶ୍ଚିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷା ଏଜେନ୍ସିଗୁଡ଼ିକୁ ନିଦେ୍ର୍ଦଶ ଦେବା ପରେ ଏହି ସଂକଳ୍ପ ନିଆଯାଇଛି । ଗତ ମାର୍ଚ୍ଚ ୧ ତାରିଖରେ ନୂଆଦିଲ୍ଲୀରେ ମଣିପୁର ସୁରକ୍ଷା ସ୍ଥିତି ଉପରେ ଏକ ଉଚ୍ଚÿସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାହ ନିଦେ୍ର୍ଦଶ ଦେଇଥିଲେ ଯେ ଯଦି କେହି ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୨୩ ମେ ୩ ତାରିଖରେ ଜାତିଗତ ହିଂସା କାଣ୍ଡ ଘଟିବା ପରଠାରୁ ମଣିପୁର ଜାତିଗତ ଭାବରେ ବିଭାଜିତ ହୋଇଛି । କୋଟୁ କହିଛି ଯେ କୁକି-ଜୋ ଆଦିବାସୀମାନେ ଅଲଗା ପ୍ରଶାସନ ହାସଲ ନହେବା ପର୍ଯ୍ୟନ୍ତ, କୌଣସି ବୁଝାମଣା କିମ୍ବା ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଏହା ପାଇଁ ଲଢେଇ ଆନେ୍ଦାଳନ, ବିକ୍ଷୋଭ ଏବଂ ଗଣତାନ୍ତ୍ରିକ ପ୍ରତିରୋଧ ମାଧ୍ୟମରେ ଜାରି ରହିବ । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବିଧାନସଭା ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୃଥକ ପ୍ରଶାସନ ଦାବି ସହ କୌଣସି ବୁଝାମଣା ହୋଇନାହିଁ । ଅରାମବାଇ ତେଙ୍ଗଗୋଲଙ୍କ ସହ ତାଙ୍କର ସମ୍ପର୍କ ସମ୍ପ୍ରଦାୟର ଭବିଷ୍ୟତ ନିର୍ଦ୍ଧାରଣ କରୁନଥିବାରୁ ରାଜ୍ୟପାଳ ପୃଥକ ପ୍ରଶାସନ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି କୋଟୁ ଦାବି କରିଛି । ଆରାମବାଇ ତେଙ୍ଗଗୋଲ ଏକ ମେଇତେଇ ଉଗ୍ରବାଦୀ ଗୋଷ୍ଠୀ ସାମୂହିକ ଉଦେ୍ଦଶ୍ୟ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା କିମ୍ବା ସରକାରଙ୍କ ସହ ମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ଦେଶ ଦ୍ରୋହି ବୋଲି ବିବେଚନା କରାଯିବ ବୋଲି କୋଟୁ ଚେତାବନୀ ଦେଇଛି । ଏହାସହ କୁକି-ଜୋ ସ୍ୱେଚ୍ଛାସେବୀଙ୍କୁ ଗିରଫ ନ କରିବାକୁ ଚେତାବନୀ ଦିଆଯାଇଛି । ଯଦି ସରକାର କୁକି-ଜୋ ରାଜନୈତିକ ସମସ୍ୟାର ସମାଧାନ ନକରି ଶାନ୍ତି ଲାଗୁ କରନ୍ତି, ତେବେ ସରକାରଙ୍କୁ ସଂପୂର୍ଣ୍ଣ ବୟକଟ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।