ଆନେ୍ଦାଳନକୁ ଓହ୍ଲାଇବେ ଶିକ୍ଷକ

 ବେତନଟୀ/ବୈଶିଙ୍ଗା :  ବେତନଟୀ ବ୍ଲକ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନକ୍ରମେ ବୈଶିଙ୍ଗା ବାଳିକା ଉଚ୍ଚବିଦ୍ୟାଳୟରେ ସମନ୍ୱୟ ସମିତିର ଏକ ବୈଠକ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବରେ ଓଷ୍ଟା ଜିଲ୍ଲା ସଂପାଦକ କିଶୋର କୁମାର ଆଚାର୍ଯ୍ୟ ଯୋଗଦାନ କରି ସରକାରଙ୍କ ଶିକ୍ଷକ ମାରଣ ନୀତିର ସମାଲୋଚନା କରିଥିଲେ । ଦୀର୍ଘ ବର୍ଷ ଧରି ବିନା ଦରମାରେ ଚାକିରି କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ, ବିନା ପେନସନରେ ଅବସର ଗ୍ରହଣ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ ପ୍ରଦାନ, ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ୬ ବର୍ଷକୁ ଚାକିରି କାଳରେ ଯୋଗ ଆଦି ବିଭିନ୍ନ ଦାବିରେ ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ସଂପାଦକ ସୁର୍ଯ୍ୟାନନ୍ଦ ନାୟକ, ସହ ସଂପାଦକ ଧିରେନ୍ଦ୍ର ପ୍ରଧାନ, ନରହରି ମହାନ୍ତ, ସୁସାନ୍ତ କୁମାର ପଣ୍ଡା, ଅନିଲ କୁମାର ମହାନ୍ତ, ବିଶ୍ୱ ରଞ୍ଜନ ଦୁର୍ଗା, ଅଶୋକ କୁମାର ବାରିକ, ସାନ୍ତନୁ କୁମାର ଜେନା, ପ୍ରଦୁ୍ୟମ୍ନ କୁମାର ଭୂୟାଁ, ଗୋପାଲ କୃଷ୍ଣ ପ୍ରଧାନ, ଭବାନୀ ସଂକର ବାଗ, କାଞ୍ଚନବାଳା କର, ନନ୍ଦିତା ମହାନ୍ତି ସମେତ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଯୋଗଦାନ କରି ରାଜ୍ୟ ସଂଗଠନର ନିଦେ୍ର୍ଦଶକ୍ରମେ ଆସନ୍ତା ଅଗଷ୍ଟ ମାସ ୨ତାରିଖ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ଅଗଷ୍ଟ ୮ ତାରିଖ ଜିଲ୍ଲାପାଳ ଧାରଣା, ଅଗଷ୍ଟ ୧୬ ତାରିଖ ଭୁବନେଶ୍ୱରେ ପ୍ରତିବାଦ ସଭା ଓ ଦାବିପତ୍ର ପ୍ରଦାନକୁ ସଫଳ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ସର୍ବଶେଷରେ ଶିକ୍ଷକ ଟିକାୟତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।