ଆନେ୍ଦାଳନକୁ ଓହ୍ଲାଇବ ଶିକ୍ଷକ ସଂଘ
କେନ୍ଦ୍ରାପଡା : ପ୍ରାଥମିକ ସ୍କୁଲ ଶିକ୍ଷକସଂଘ କେନ୍ଦ୍ରାପଡା ପକ୍ଷରୁ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ଏକ ସଭା ସମ୍ପାଦକ ଅକ୍ଷୟ ପୋଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ସଭାରେ ଶିକ୍ଷକଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଓ ଶିକ୍ଷାକୁ ଘରୋଇକରଣ, ଶିକ୍ଷକମାରଣା ନୀତି ଯୋଗୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି । ସମଗ୍ର ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ହଜାର ହଜାର ପଦବୀ ଖାଲି ରହିଛି । ଅନେକ ଜିଲ୍ଲାରେ ସ୍କୁଲ୍ ଘର ଅଛି କିନ୍ତୁ ଶିକ୍ଷକ ନାହାଁନ୍ତି । ସରକାରଙ୍କ ନୂଆ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରିଛନ୍ତି । କିନ୍ତୁ ରାଜ୍ୟରେ ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି, ଶିକ୍ଷାୟନ ହୋଇପାରୁନାହିଁ । ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ଶିକ୍ଷାଦାନ ପାଇଁ ଶିକ୍ଷକ ନାହାଁନ୍ତି, ଗୃହ ନାହିଁ, ଘର ମୁରବୀଶୂନ୍ୟ । ୫୦ହଜାରରୁ ଊଦ୍ଧ୍ୱର୍ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ପୂରଣ କରାଯାଇନାହିଁ । ଦୀର୍ଘ ୨୫ ରୁ ୩୦ ବର୍ଷ କାର୍ଯ୍ୟକାରୀ କଲାପରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତୀ ମିଳୁନାହିଁ । ଶିକ୍ଷକଙ୍କ ଶିକ୍ଷା ନିଦେ୍ର୍ଦଶାଳୟ ପତ୍ର ନଂ ୫୭୫୪ ୮.୦୩.୨୦୧୯ ତାରିଖ, ୧୧.୨.୨୦୧୧ ପୂର୍ବରୁ ଓଟିଇଟି ନ ଦେବାପାଇଁ ନିଦେ୍ର୍ଦଶନାମା ଜାରି ସତ୍ୱେ ଶିକ୍ଷକଙ୍କୁ ବାଧ୍ୟ କରାଯାଉଛି । କେନ୍ଦ୍ରୀୟ ହାରରେ ବେତନ ଠିକା କାର୍ଯ୍ୟାଳୟକୁ ଗଣନା, ସ୍ୱାସ୍ଥ୍ୟବିମା ପ୍ରଦାନ, ପୁରୁଣା ପେନ୍ସନ୍ ମୁଖ୍ୟ ଦାବି ଥିବା ସତ୍ୱେ ଅଣଦେଖା କରାଯାଇ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଶିକ୍ଷାମନ୍ତ୍ରୀ ଓ ସଚିବଙ୍କୁ ଶିକ୍ଷକଙ୍କ ସମସ୍ୟା ପୂରଣ କରିବାକୁ ନିବେଦନ କରାଯାଇଛି । ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଆନେ୍ଦାଳନ କରାଯିବ ବୋଲି ଶିକ୍ଷକସଂଘ ସଭାରେ ସ୍ଥିର କରାଯାଇଛି ବୋଲି ଜିଲ୍ଲା ସମ୍ପାଦକ ଅକ୍ଷୟ ପୋଥାଳ ପ୍ରକାଶ କରିଛନ୍ତି ।