‘ସବୁ ମୋଡ଼ରେ ଜୀବନ’ ଉନ୍ମୋଚିତ

 କେନ୍ଦ୍ରାପଡା : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ପୁନର୍ବାସକୈନ୍ଦ୍ରିକ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ପୁନର୍ବାସ ଓ ପ୍ରଶିକ୍ଷଣ କେନ୍ଦ୍ରରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା କଥାକାର ବିରଜା ରାଉତରାୟଙ୍କ ଦ୍ୱାରା ସମ୍ପାଦିତ ଭିନ୍ନ ସ୍ୱାଦର ଗଳ୍ପ ସଂକଳନ "ସବୁ ମୋଡରେ ଜୀବନ" ପାଠକାର୍ପିତ ହୋଇଛି  । ଏହି ଦିବସରେ ଅନୁଷ୍ଠିତ ସଭାରେ ରାଜ୍ୟର ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପ୍ରଫେସର ଡ. ପତିତ ପାବନ ମହାନ୍ତି ଓ ଉପନିଦେ୍ର୍ଦଶକ ଡ. କିଶୋର ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଏହି ଗଳ୍ପ ସଂକଳନ ସ୍ୱତନ୍ତ୍ରତା ହେଉଛି ଭିନ୍ନକ୍ଷମତାକୁ ନେଇ ଓଡ଼ିଆ ଭାଷାରେ ରଚିତ ହୋଇଥିବା ସକରାତ୍ମକ ତଥା ପ୍ରତ୍ୟୟଯୁକ୍ତ ଗଳ୍ପ ଏଥିରେ ସ୍ଥାନିତ ହୋଇଛି । କଥାଶିଳ୍ପୀ ଚନ୍ଦ୍ରଶେଖର ରଥ, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ଗୌରହରି ଦାସ ପ୍ରମୁଖଠାରୁ ଆରମ୍ଭ କରି ହିରଣ୍ମୟୀ ମିଶ୍ର ଓ ଯୁବ ପିଢିର କଥାକାର ମାନଙ୍କ ଗଳ୍ପରେ ସମୃଦ୍ଧ । ଏହି ସଂକଳନ ପ୍ରସ୍ତୁତିର ସମ୍ପାଦନା କରିଥିଲେ ସହାୟିକା ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ।