ଆବାସ ଘର ଦେଖାଇ କମୁ୍ୟନିଟି ସେଣ୍ଟର ଅନୁଦାନ ହଡପ୍
ାା ଭଦ୍ରକରୁ ଜ୍ଞାନ ପାଣି ।ା
ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଯୋଜନା ପରେ ଯୋଜନା । କିନ୍ତୁ କିଛି ଅସାଧୁ କର୍ମଚାରୀ ମାନଙ୍କ ପାଇଁ ସରକାରୀ ଯୋଜନା ହେଉଛି ଦିଗହରା । ସରକାରୀ ଯୋଜନା ନାମରେ କର୍ମଚାରୀ ହାତଉଛନ୍ତି ସରକାରୀ ଅନୁଦାନ ଅର୍ଥ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଦିନକୁ ଏପରି ଦୁର୍ନିତିର ଗନ୍ତାଘର ପାଲଟିଛି । ସ୍ପଷ୍ଟ ଦିବାଲୋକରେ ଡବଲ ଇଞ୍ଜିନ ସରକାରଙ୍କ ଲୁଟେରା କର୍ମଚାରୀଙ୍କ ଏପରି କଳାକାରନାମା ଧରା ପଡିଛି । ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତର ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରକୁ ଦେଖାଇ କମୁ୍ୟନିଟ୍ ସେଣ୍ଟର ଘର ନିର୍ମାଣର ଫଲ୍ସ ବିଲ୍ ବାବଦରେ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ସରକାରୀ ବାବୁ । ଏପରିକି ଘଟଣାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେର ଅଭିଯୋଗ ହୋଇଛି । ଦୁର୍ନିତିର ଚେର ଏତେ ଭିତରକୁ ଯାଇଛି ଯେତେ ଖେଳାଇଲେ ସେତେ ବାହାରିବ ବୋଲି ଆଲୋଚନା ହେଉଛି । ସୂଚନା ମୂଳେ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ପତି ଗାଁକୁ ନଯାଇ ଭଦ୍ରକରେ ରହି ଫଲ୍ସ ବିଲ୍ କରିଥିବାର ବ୍ୟସ୍ତ । ସରକାରୀ ବ୍ୟବସ୍ଥା ମୁଳେ ଫଲ୍ସ ବିଲ୍ ରୋକିବାକୁ ନିର୍ମାଣାଧୀନ ସ୍ଥାନର ଫଟୋ ନିଆଯିବ । ଘର ନିର୍ମାଣ ସମୟରେ ଫଟୋ ଉଠାଯିବ । ନିର୍ମାଣ ଶେଷ ହେଲେ ଫଟୋ ପ୍ରଦାନ କରାଯିବାର ନିୟମ ରହିଛି ।
ସରକାରଙ୍କ ନିୟମକୁ ଫୁ କରି କନିଷ୍ଠ ଯନ୍ତ୍ରୀ ନିଜର ପକେଟ ଗରମ କରିବାକୁ ଫଲ୍ସ ବିଲ୍ କରିଛନ୍ତି । ଅରଣ୍ଡୁଆ ପଞ୍ଚାୟତର ତମ୍ବାଖଣ୍ଡି ଗ୍ରାମର ହିତାଧିକାରୀ ଶାଶ୍ୱତୀ ପଣ୍ଡାଙ୍କ ନାମରେ ୨୦୨୩ ମସିହାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇଥିଲେ । ହିତାଧିକାରୀଙ୍କ ସ୍ୱାମୀ ସରକାରୀ ଚାକିରିଆ ଓ ପୁଅ ମଧ୍ୟ ସରକାରୀ ଚାକିରିଆ । ସବୁ ନିୟମକ ପରେ ମଧ୍ୟ ଘର ହାତେଇଛନ୍ତି ହିତାଧିକାରୀ । ଏହି ଆବାସ ଘର ବିଲ ୧୫ ଜୁଲାଇ ୨୦୨୩ ରେ ୪୦ ହଜାର, ୨୮ ଫେବୃଆରୀ ୨୦୨୪ରେ ୬୫ ହଜାର ଓ ୩୦ ମାର୍ଚ୍ଚ ୨୦୨୪ ରେ ୧୫ ହଜାର ବିଲ୍ ପାଇଛନ୍ତି । ଅପରପକ୍ଷରେ ତମ୍ବାଖଣ୍ଡି ଗ୍ରାମର ସିଏଫସି ଯୋଜନାର ୧ ଲକ୍ଷ ୨୬ ହଜାର ୮୨୪ ଟଙ୍କାରେ ଏକ କମୁ୍ୟନିଟ୍ ସେଣ୍ଟର ନିର୍ମାଣ କରିବାକୁ ଅର୍ଥ ବରାଦ ହୋଇଥିଲା । ଘର ନିର୍ମାଣ କରିବାକୁ ବିଭାଗୀୟ ସଂସ୍ଥା ନାମରେ କାର୍ଯ୍ୟ ହୋଇଛି । ଘର ନିର୍ମାଣ ହୋଇ ନାହିଁ, କିନ୍ତୁ ବିଲ୍ ହୋଇଛି ୧ ଲକ୍ଷ ୧୩ ହଜାର ୪ଶହ ଟଙ୍କା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଫଲ୍ସ ବିଲ କରି ୯ ଜୁନ ୨୦୨୫ ରେ ସରକାରୀ ତହବିଲରୁ ୧ ଲକ୍ଷ ୧୩ ହଜାର ୪୦୦ ଟଙ୍କା ପିଇଓ ସର୍ବଶ୍ରୀ ପଟ୍ଟନାୟକଙ୍କ ବ୍ୟାଙ୍କ ଜମାଖାତାକୁ ଯାଇଛି । କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପତି ବାସୁଦେବପୁର ବ୍ଲକର ଚାକିରି କରି ୪୦ କିଲୋମିଟର ଦୂରତାରେ ରହି ଫଲ୍ସ ବିଲ କରି ପକେଟ ଗରମ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି କନିଷ୍ଠ ଯନ୍ତ୍ରୀ ଫଲ୍ସ ବିଲ୍ କଲେ ସହକାରୀ ଯନ୍ତ୍ରୀ ବିଲ୍ ପୂର୍ବରୁ କାହିଁକି ଯାଞ୍ଚ କଲେନାହିଁ । ଫାଇନାଲ ଦସ୍ତଖତ ବେଳେ ବିଡିଓ କାହିଁକି ଯାଞ୍ଚ କଲେ ନାହିଁ । ଅରଣ୍ଡୁଆ ପଞ୍ଚାୟତର ଏମିତି କେତେ ଦୁର୍ନିତି ହୋଇଛି । ପୂର୍ବ ବର୍ଷ ୩୦ ଲକ୍ଷରୁ ଉର୍ଦ୍ଧ ଦୁର୍ନିତି ଏପର୍ଯ୍ୟନ୍ତ ଟଙ୍କା ଦାଖଲ ହୋଇ ନାହିଁ । ଗତ କିଛି ଦିନ ପୂର୍ବ? ତମ୍ବାଖଣ୍ତିର ଗ୍ରାମବାସୀ ନେଟ୍ ରୁ ଜାଣିବାକୁ ପାଇଲେ ତାଙ୍କ ଗ୍ରାମର ଏକ କମୁ୍ୟନିଟ୍ ସେଣ୍ଟର ନିର୍ମାଣ ହୋଇଛି । ଏସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଅରଣ୍ଡୁଆ ପଞ୍ଚାୟତ ଲୋକମାନେ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଅଭିଯୁକ୍ତ ବିଭାଗୀୟ ଯନ୍ତ୍ରୀ, ପିଇଓ ଓ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ପରବର୍ତ୍ତୀ ସମୟରେ ପଞ୍ଚାୟତ ବାସୀମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।