ଆମରି ଶିଶୁ ୱେବ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର: ଶିଶୁମାନଙ୍କ ଯନô, ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଲାଗି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ କରାଯାଇଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ପୋର୍ଟାଲ୍କୁ ଲୋକାର୍ପିତ କରିଛନ୍ତି । ଏହି ୱେବ ପୋର୍ଟାଲ, ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ), ଶିଶୁ କଲ୍ୟାଣ କମିଟି (ସିଡବ୍ଲୁ୍ୟସିଏସ୍), କିଶୋର ନ୍ୟାୟ ବୋର୍ଡ (ଜେଜେବିଏସ୍), ଶିଶୁ ଯନô ପ୍ରତିଷ୍ଠାନ(ସିସିଆଇ) ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସୁଗମ ସମନ୍ୱୟ ସକ୍ଷମ କରିବ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି ।
ଏହି ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଶିଶୁ କଲ୍ୟାଣ, ଶିଶୁ ପୋଷଣ ଓ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଶୈଳୀରେ ସୁଧାର ଆସିବ । ଡିଜିଟାଲି ଅପଡେଟ ତଥ୍ୟ ସାହାଯ୍ୟରେ ଶିଶୁ ସ୍ୱାସ୍ଥ୍ୟ ଓ ପୋଷଣ ସଠିକ ଭାବେ ଟ୍ରାକ ହୋଇପାରିବ । ଏହି ୱେବ ପୋର୍ଟାଲ୍ ମାଧ୍ୟମରେ ପୋଷଣ ଟ୍ରାକର ଓ ଚାଇଲ୍ଡ ହେଲ୍ପଲାଇନ ଲାଇନ ନମ୍ବର ୧୦୯୮ର ସମନ୍ୱୟ ମଧ୍ୟ ରହିପାରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୁଭା ଶର୍ମା, ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ ।