ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଭବାନୀପାଟଣା : ମ.ରାମପୁରଠାରେ ଡ. ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ହାଇସ୍କୁଲ ଛକଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନର୍ଲା ବିଧାୟିକା ମନୋରମା ମହାନ୍ତି ଉନ୍ମୋଚିନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଦୟାବନ୍ତ କ୍ଲବ ଆୟୋଜନ କରିଥବା ବେଳେ, ଅଲ୍ ଓଡ଼ିଶା ଏସ୍ସି ଫେଡେରେସନ ଓ ଏସ୍ଟି ଏସ୍ସି ମିଳିତ ମହାସଂଘ ସହଯୋଗ କରିଥିଲେ । ପ୍ରଥମେ ସ୍ଥାନୀୟ ଚାରିଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତଅତିଥି ଭାବେ ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅଲ୍ ଓଡ଼ିଶା ସିଡୁଲକାଷ୍ଟ ବ୍ଲକ୍ ସଭାପତି ବୃନ୍ଦାବନ ନାଗ, ଡମ୍ବ ସମାଜ ଜିଲ୍ଲା ଉପସଭାପତି ଅଭିରାମ ନନ୍ଦ, ସରପଞ୍ଚ ବୀଣାପାଣି ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଜିବେଶ ପଣ୍ଡା, ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଆଇନଜୀବୀ ଭୋଦେବ ମହାନନ୍ଦିଆ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଓ ଭାରତ ସମ୍ବିଧାନ ପ୍ରଣୟନରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଅଭିଳାସ ଦାସ ଓ ଜିତେନ୍ଦ୍ର ନାଗ ସଂଯୋଜନା କରିଥିଲେ ।