ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ
କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ । ଖାଦ୍ୟରେ ବିଷ ଥିବା ନମୁନା ପରୀକ୍ଷାରୁ ସ୍ପଷ୍ଟ ।ଖାଦ୍ୟ ବିଷାକ୍ତ ହୋଇ ମୁତ୍ୟୁ ହୋଇଥିବା ମିଳିଛି ସୂଚନା । ଖାଦ୍ୟରେ ଥିଲା ଫିକାଲ କଣ୍ଟାମିନେସନ୍ ,ବିଷ ପାଲଟି ଯାଇଥିଲା ଟାକୁଆ ଜାଉ ଓ ପଖାଳ । ପାଣି ନମୁନାରେ ମାରାତ୍ମକ ହାଇଡ୍ରୋଜେନ୍ ସଲଫେଟ୍ ଥିବା ଜଣାପଡିଛି ।
କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗାଁର ଘଟଣା । ଆମ୍ବ ଟାକୁଆ ଜାଉ ଖାଇ ଗାଁର ୮ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ବାସୀ ଜାଉ ଖାଇ ପେଟ ବ୍ୟଥା ଝାଡ଼ାବାନ୍ତି ସହ , ଗୁରୁତର ୨ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆମ୍ବ ଟାକୁଆ ଜାଉ ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ହୋଇଥିଲା । ପାଣିରେ ହାଇଡ୍ରୋଜେନ୍ ସଲଫେଟ୍ ଥିବା ପରୀକ୍ଷାରୁ ସ୍ପଷ୍ଟଫିକାଲ କଣ୍ଟାମିନେସନ୍ ବା ପାଣି ବିଷାକ୍ତ ହୋଇଥିବା ନମୁନାରୁ ସ୍ପଷ୍ଟ ହୋଇଛି । ଆମ୍ବ ଟାକୁଆ ଜାଉକୁ ବାସୀ କରି ଖାଇବା ଯୋଗୁ ବିଗିଡିଥାଇପାରେ ସ୍ବାସ୍ଥାବସ୍ଥା ।