ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ନୟାଗଡ : ଭାପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଳାପୋଖରୀରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଆମ ଐତିହ୍ୟ, ସଂସ୍କୁତି, ପରମ୍ପରାକୁ ବଜାଇ ରଖି ତାରି ଆଧାରିତ ଅନେକ ପାଠ ଉପଯୋଗୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲ । ସରକାରଙ୍କ ଲକ୍ଷ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ଅନେକ ପାରମ୍ପରିକ ଖେଳ ଓ ଖେଳନା ସହ ଯୋଡି ହୋଇ ଭିର୍ଣ୍ଣ ଭିର୍ଣ୍ଣ ପାଠ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା । ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉପଯୁକ୍ତ ସହାୟକ ହୋଇପାରିବ । ଆୟୋଜିତ ସଭାରେ ପ୍ରଧାନଶିକ୍ଷକ କାଶୀନାଥ ସାହୁ ସଭାପତିତ୍ତ୍ୱ କରିଥିଲେ । ଅଂଚଳର ଅନେକ ବୁଦ୍ଧିଜୀବୀ, ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ସିଆରସିସି ପଞ୍ଚାନନ ମହାପାତ୍ର, ପୂର୍ବତନ ସରପଞ୍ଚ ଲଷ୍ମୀଧର ସାମନ୍ତରାୟ, ସମାଜସେବୀ ଶତ୍ରୁଘ୍ନ ପଣ୍ଡା, ଅଂଚଳର ପୁରୋଧା ମଧୁସୂଦନ ରଥ, ଭାପୁର କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ପ୍ରଭାକର ସହୁ, ଶିକ୍ଷାବିତ୍ ଭରତ ଚନ୍ଦ୍ର ନାୟକ ପିଲାଙ୍କୁ ମାଗଦର୍ଶୀ ହିତୋପଦେଶ ଦେଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।