ଇନର ହୁଇଲ୍ ଇଣ୍ଡିଆର ପୂର୍ବାଞ୍ଚଳ ସମ୍ମିଳନୀ

 ପୁରୀ : ଇନର ହୁଇଲ ଇଣ୍ଡିଆର ପୂର୍ବାଞ୍ଚଳ ସମ୍ମିଳନୀ ବେଳାଭୂମି ସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ବାଚସ୍ପତି ସୁରମା ପାଢୀ । ଆନ୍ତର୍ଜାତୀୟ ଇନର ହୁଇଲ କ୍ଲବର ପୂର୍ବତନ ସଭାପତି ମମତା ଗୁପ୍ତା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉସôବର ଶୁଭ ଉଦ୍ଘାଟନ କରିଥିଲେ ସଭାପତି ଜ୍ୟୋତି ମହିପାଲ । ଇନର ହୁଇଲର ଡ଼ିଷ୍ଟ୍ରୀକ୍ଟ-୩୨୬ର ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠୀ ପ୍ରାରମ୍ଭିକ ଉଦ୍ବୋଧନ ଦେଇଥିବା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଆବାହିକା ଶ୍ରୀନୁ ପଟ୍ଟନାୟକ । ମହିଳା ସ୍ୱାବଲମ୍ବୀ ପ୍ରକଳ୍ପ ଭାବେ ୫୦୦ଜଣ ମହିଳାଙ୍କୁ ଗ୍ରାଇଣ୍ଡୀ ଓ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । ଆସୋସିଏସନର ସଭାପତି ମିଲେଙ୍ଗେ ପତ୍ରିକା ଉନ୍ମୋଚନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ କାଉନସିଲ୍ ସଦସ୍ୟା ସନ୍ଧ୍ୟାରାଣୀ ମିଶ୍ର । ଏହି ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ଦିବସ ପ୍ରଭାତରୁ ସଭ୍ୟାମାନଙ୍କର ଏକ ମହିଳ ସଶକ୍ତିକରଣ ସ୍କୁଟର ର୍ୟାଲି ସମୁଦ୍ରକୂଳ ରାସ୍ତାରେ ବାହାରିଥିଲା । ଚଳିତ ବର୍ଷର ମାର୍ଗାରେଟ୍ ଗୋଲ୍ଡିଂ ଆୱାର୍ଡ଼ ଭୁବନେଶ୍ୱର ଏକାମ୍ର କ୍ଲବର ଚାର୍ଟର ସଭାପତି ଶ୍ରୀମତୀ ଗୌରୀ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଇନରହୁଇଲ କ୍ଲବ ତରଫରୁ ଡ଼. ଶ୍ରୁତି ମହାପାତ୍ର ତାଙ୍କର ସଫଳତା ପାଇଁ ସମ୍ମାନିତ ହୋଇଥିଲେ । ଦେଶବିଦେଶରୁ ଆସିଥିବା ସଦସ୍ୟାମାନେ ପୁରୀ ବେଳାଭୂମିରେ ବିଚରଣ କରିବା ସହ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ ସମ୍ମିଳନୀ ପରିଚାଳନା କରିଥିଲେ ଆବାହିକା ଶ୍ରୀନୁ ପଟ୍ଟନାୟକ ଓ ସହଯୋଗୀ ଆବାହିକା ଇନା ପୁରୋହିତ । ଆସୋସିଏସନର ପୂର୍ବତନ ସଂପାଦିକା କ୍ରିଷ୍ଣା ମହାନ୍ତି, ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ସଂଘମିତ୍ରା ସାହୁ, ମମତା ପୁରୋହିତ, ନଳିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।