ଇମ୍ଫା ପକ୍ଷରୁ ଜରୁରୀକାଳୀନ ଅଭ୍ୟାସ
ଟାଙ୍ଗୀ-ଚୌଦ୍ୱାର: ଚୌଦ୍ୱାର ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀ ଦ୍ୱାରା ଆପାତକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ପୂର୍ଣ୍ଣ ଆପାତକାଳୀନ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । କାରଖାନା ଭିତରେ ଦୈନନ୍ଦିନ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଯଦି କୌଣସି ପ୍ରକାର ଆପାତକାଳୀନ ପରିସ୍ଥିତି ସୃଷ୍ଟି ହୁଏ, ତାହାର ସୁପରିଚାଳନା କରି ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ କେଉଁ ବିଭାଗ କ’ଣ କାର୍ଯ୍ୟ କରିବେ ତାହାର ଏକ ସାମୂହିକ ଅଭ୍ୟାସ (ମକ୍ ଡ୍ରିଲ) ପ୍ରଦର୍ଶନ କରଯାଇଥିଲା । ଏବଂ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାରଖାନା ଓ ବାଷ୍ପିତ୍ର ନିଦେ୍ର୍ଦଶାଳୟ କଟକ ଶାଖାର ସହ ନିଦେ୍ର୍ଦଶକ ମନୋଜ କୁମାର ପଣ୍ଡା, ଅତିରିକ୍ତ ନିଦେ୍ର୍ଦଶକ ସୁଧାଂଶୁ ଶେଖର ସାହୁ, ଜିଲ୍ଲା ଅଗ୍ନିଶମ ଅଧିକାରୀ ସଂଜୀବ କୁମାର ବେହେରା, ଚୌଦ୍ୱାର ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ଇମ୍ଫାର ମାନବ ସମ୍ବଳ ଅଧିକାରୀ ନିରଞ୍ଜନ ସାହୁ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ ।